
ଭଦ୍ରକ(ତପନ ସ୍ୱାଇଁ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ରୋଡ ଶୋ’ କରିଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ସମତେ କଂଗ୍ରେସର ରାଜ୍ୟ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରାଷ୍ଟ୍ରୀୟ ସମ୍ପାଦକ ସମେତ ଜିଲ୍ଲାର କଂଗ୍ରେସର କର୍ମୀମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।
ତୋଡ଼ଗାଁଠାରୁ ଏହି ରୋଡ଼ ଶୋ’ ଆରମ୍ଭ ହୋଇଛି। ବନ୍ତ ବ୍ଲକରେ ବିଭିନ୍ନ ସ୍ଥାନରେ ଏହି ରୋଡ ଶୋ’ କରାଯିବ ବୋଲି ଜଣାପଡ଼ିଛି। ରୋଡ ଶୋ’ରେ ନିରଞ୍ଜନ ଭୋଟ୍ ଭିକ୍ଷା କରିଛନ୍ତି। କଂଗ୍ରେସ ଦଳ ସରକାର ଗଠନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହାସହ ରାଜନୀତିରେ ହିଂସାକୁ ସେ ନିନ୍ଦା କରିଛନ୍ତି। ଯେଉଁ ଲୋକ ଗଣତନ୍ତ୍ରକୁ ବିଶ୍ୱାସ କରନ୍ତି ନାହିଁ, ସେହି ଲୋକମାନେ ବାହୁବଳରେ ଜିତୁଛନ୍ତି ବୋଲି କହି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ନିରଞ୍ଜନ ପଟ୍ଟନାୟକ।
from Odisha Reporter http://bit.ly/2Dut911
No comments:
Post a Comment