ମା’ କୋଳରୁ ଛୁଆ ଚୋରି ଉଦ୍ୟମ ବେଳେ ଧରାପଡ଼ିଲା ଚୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ମା’ କୋଳରୁ ଛୁଆ ଚୋରି ଉଦ୍ୟମ ବେଳେ ଧରାପଡ଼ିଲା ଚୋର

police1

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାତ୍ରପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ମା’ କୋଳରୁ ଛୁଆକୁ ଚୋରି ଉଦ୍ୟମ ବେଳେ ଜଣେ ଚୋର ଧରାପଡ଼ିଛି। ତା’ ନାଁ ତରଣୀ ବିଶ୍ୱାଳ। ତା’ ଘର ଭେଡେନ ଥାନା ଅନ୍ତର୍ଗତ ଖଇରଝିର୍ଡି ଗାଁରେ ବୋଲି ଜଣାପଡ଼ିଛି। ପୁଲିସ୍ ତାକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ପାତ୍ରପାଲି ଗାଁର ଏକ ୩ ବର୍ଷର ଶିଶୁ ତା’ ବାପାମା’ଙ୍କ ସହ ଘର ବାହାରେ ଶୋଇଥିଲା। ଛୁଆଟି ମା’ ପାଖରେ ଶୋଇଥିବା ବେଳେ ଅଭିଯୁକ୍ତ ତାକୁ ଉଠାଇ ନେଇ ଫେରାର ହେବାକୁ ବସିଥିଲା। ତେବେ ସେ କାନ୍ଦିବାରୁ ତା’ ମା’ଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସେ ବଡ଼ ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ।

injured ଗାଁ ଲୋକେ ଅଭିଯୁକ୍ତକୁ କାବୁ କରି ନେଇଥିଲେ। ସେମାନେ ତାକୁ ମାଡ଼ ମଧ୍ୟ ମାରିଥିଲେ। ଫଳରେ ତା’ ମୁଣ୍ଡ ଫାଟି ଯାଇଥିଲା। ପରେ ସେମାନେ ତାକୁ ବୀରମହାରାଜପୁର ଥାନା ପୁଲିସ୍ ଜିମାରେ ଦେଇଥିଲେ। ତେବେ ଏ ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

 



from Odisha Reporter http://bit.ly/2IyKVTZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages