
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଏକ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ କର୍ମଚାରୀଙ୍କ ସରକାରୀ ବାସଭବନରେ ଏହି ବନ୍ଧୁକ କାରଖାନା ଠାବ କରାଯାଇଛି। ତାଙ୍କ ନାଁ ନୃସିଂହ ନାୟକ। ତାଙ୍କ ନିଜ ଘର ସରକନ୍ତରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ୍ ତାଙ୍କୁ ଗିରଫ କରିଛି।
ନୃସିଂହଙ୍କ ଠାରୁ ତିନିଟି ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରାଯାଇଛି। ଏହା ସହିତ ଗୁଳି, ବିପୁଳ ପରିମାଣର ବାରୁଦ ଓ ବନ୍ଧୁକ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଜବତ କରାଯାଇଛି।
ଗତକାଲି ନୃସିଂହଙ୍କ ସରକାରୀ କ୍ୱାର୍ଟର୍ସ ଭିତରୁ ଜୋରରେ ଶବ୍ଦ ଶୁଣାଯାଇଥିଲା। ଏ ନେଇ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ତା’ପରେ ବନ୍ଧୁକ ତିଆରି କାରଖାନାର ଗୁମର ଫିଟିଥିଲା।
from Odisha Reporter http://bit.ly/2ZlKlPA
No comments:
Post a Comment