
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ବି ରହିଛି। ସେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ସେ ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛି। ଘଷିପୁରାରୁ ସେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି।
ସେହିପରି ଭଦ୍ରକରୁ ନଳିନୀକାନ୍ତ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର, ଧର୍ମଶାଳାରୁ କିଷାନ ପଣ୍ଡା, ସାଲେପୁରରୁ ରବୀନ୍ଦ୍ରନାଥ କର, ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କା, ତିର୍ତ୍ତୋଲରୁ ଦେବୀ ପ୍ରସାଦ ମଲ୍ଲିକ, ବାଲିକୁଦା ଏରସମାରୁ ଡ. ଲଲାଟେନ୍ଦୁ ମହାପାତ୍ର ଓ ନିମାପଡ଼ାରୁ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି।
ତିର୍ତ୍ତୋଲରୁ ଦଳ ପ୍ରଥମେ ବିଭୂ ପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଥିଲା। ତେବେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ ଓ ସେଠାରୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହୋଇଛନ୍ତି।
ସେହିପରି ଧର୍ମଶାଳା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ଏଠାରେ ପ୍ରଥମେ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ୍ ଦେଇଥିଲା। ତେବେ ଦଳର ସ୍ଥାନୀୟ ନେତୃବୃନ୍ଦ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଦଳ ଏଠାରୁ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି।
ଅନ୍ୟପକ୍ଷରେ ଗତଥର ସାଲେପୁର ଆସନରେ ପ୍ରକାଶ ବେହେରା କଂଗ୍ରେସ ଟିକେଟ୍ରେ ବିଜୟୀ ହୋଇଥିଲେ। ସେ ନିକଟରେ ଦଳ ଛାଡ଼ିଥିଲେ। ତାଙ୍କୁ ବିଜେପି ସାଲେପୁରରୁ ଟିକେଟ୍ ଦେଇଛି।
from Odisha Reporter http://bit.ly/2D1kl2p
No comments:
Post a Comment