
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ଘଟଣାର ଗୁମର ଖୋଲିବାରେ ଲାଗିଛି। ସମ୍ପତ୍ତି ଲୋଭ ଓ ଅନୈତିକ ସମ୍ପର୍କକୁ ସନ୍ଦେହ କରି ଏହି ହତ୍ୟା ହୋଇଥିବା ଦିଲ୍ଲୀ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ରୋହିତଙ୍କ ସ୍ତ୍ରୀ ଅପୂର୍ଭାଙ୍କୁ ପୁଲିସ ମାରାଥନ ଜେରା କରିବା ପରେ କିଛି ପ୍ରମାଣ ପାଇଥିବା ଜଣାପଡ଼ିଛି। ଏମିତିକି ଅପୂର୍ଭାଙ୍କୁ ପୁଲିସ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଔପଚାରିକ ଭାବେ ସନ୍ଦେହ କରିଛି।
ଅପୂର୍ଭାଙ୍କୁ ପୁଲିସ ଜେରା କରିବା ବେଳେ ରୋହିତଙ୍କର ଅନ୍ୟ ଜଣେ ମହିଳା ବନ୍ଧୁ ଥିଲେ ବୋଲି ଜାଣିବାକୁ ପାଇଛି। ତେଣୁ ଏଥିପାଇଁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରିଛି। ଯେଉଁ ଦିନ ରାତିରେ ରୋହିତଙ୍କ ମୃତ୍ୟୁ ହୋଇଥିଲା ସେଦିନ ରୋହିତଙ୍କ ଶୋଇବା ରୁମକୁ ତାଙ୍କ ସ୍ତ୍ରୀ ଯାଇଥିଲେ ବୋଲି ପୁଲିସ ତଦନ୍ତ ବେଳେ ନିଜେ ସ୍ୱୀକାର କରିଛନ୍ତି ଅପୂର୍ଭା। ହେଲେ ଏହା ପରେ ପୁଲିସ ପଚାରିଥିବା କିଛି ପ୍ରଶ୍ନର ଉତ୍ତର ଅପୂର୍ଭା ଭଲ ଭାବେ ଦେଇନଥିବା ଜଣାପଡ଼ିଛି। ପରେ ରୋହିତଙ୍କ ହତ୍ୟା ପଛରେ ତାଙ୍କର ସ୍ତ୍ରୀ ଅପୂର୍ଭାଙ୍କର ହାତ ଥାଇପାରେ ବୋଲି ପୁଲିସ ସନ୍ଦେହ ପ୍ରକାଶ କରିଛି।
ସେପଟେ ରୋହିତଙ୍କ ମାଆ ଉଜ୍ଜଳା କହିଥିଲେ, ରାଜୀବ ନାମକ ଜଣେ ସମ୍ପର୍କୀୟ ଭାଇକୁ ସମ୍ପତ୍ତିର କିଛି ଭାଗ ଦେବା ପାଇଁ ରୋହିତ ନିଷ୍ପତ୍ତି ନେଇଥିଲେ। ଏହି ଜମି ବା ଘର ସୁପ୍ରିମକୋର୍ଟ ପାଖରେ ରହିଛି। ଯେଉଁଠିକି ଅପୂର୍ଭା କାମ କରୁଛନ୍ତି। ତେଣୁ ଏହାକୁ ନିଜ ପାଖରେ ରଖିବା ପାଇଁ ରୋହିତଙ୍କ ସ୍ତ୍ରୀ ଅପୂର୍ଭା ଦାବି କରି ରୋହିତଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ରାଜୀବ ହେଉଛନ୍ତି ସ୍ବର୍ଗତ ନାରାୟଣ ଦତ୍ତଙ୍କ ଜଣେ ନିକଟତମ ବ୍ୟକ୍ତି, ଯିଏକି ଦୀର୍ଘ ୪୦ ବର୍ଷ ହେବ ରୋହିତଙ୍କ ବାପାଙ୍କ ସହିତ ଥିଲେ।
ଏମିତିକି ଉଜ୍ଜଳା ଅଭିଯୋଗ କରିଛନ୍ତି ଯେ ଅପୂର୍ଭାଙ୍କର ଜଣେ ପୁଅଙ୍କ ସହିତ ସମ୍ପର୍କ ରହିଛି ରୋହିତଙ୍କ ସହ ବିବାହ ପୂର୍ବରୁ। ଦକ୍ଷିଣ ଦିଲ୍ଲୀରେ ରୋହିତଙ୍କ ସହ ଅପୂର୍ଭା ରହୁଥିଲେ। ତାଙ୍କ ବାପା ଓ ମାଆଙ୍କ ପାଇଁ ଏକ ଘର ନିର୍ମାଣ କରିବା ପାଇଁ ରୋହିତଙ୍କ ପାଖରେ ଦାବି କରିଥିଲେ। ଉଭୟ ରୋହିତ ଓ ଉଜ୍ଜଳା ସହମତି ଭିତରେ ଛାଡ଼ପତ୍ର ଦେବା ପାଇଁ ରାଜି ହୋଇଥିଲେ। ହେଲେ ଅପୂର୍ଭା କୌଣସି କାରଣରୁ ଏହାକୁ ବିଳମ୍ବ କରାଉଥିବା ରୋହିତଙ୍କ ମାଆ କହିଥିଲେ। ବିବାହର ଦ୍ବିତୀୟ ଦିନରୁ ସମ୍ପର୍କୀୟ ଭାଇ ରାଜୀବଙ୍କ ସ୍ତ୍ରୀଙ୍କ ସହ ରୋହିତଙ୍କର ସମ୍ପର୍କ ଥିବା ଅପୂର୍ଭା ସନ୍ଦେହ କରୁଥିଲେ। ଏମିତିକି ବିବାହର କିଛି ଦିନ ପରେ ରୋହିତଙ୍କ ମାଆଙ୍କ ସହିତ ଅପୂର୍ଭା କଥା ବାର୍ତ୍ତା କରୁନଥିଲେ ବୋଲି ଜଣାପଡ଼ିଛି।
ପ୍ରଥମେ ରୋହିତଙ୍କ ମୃତ୍ୟୁ ସ୍ଵାଭାବିକ ବୋଲି ଦାବି ହେଉଥିଲା ହେଲେ ଦିଲ୍ଲୀ ପୁଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ମୃତ୍ୟୁ ଅପ୍ରାକୃତିକ ଏବଂ ଶ୍ୱାସରୁଦ୍ଧ କରାଯିବା କାରଣରୁ ଘଟିଥିବା ଜଣାପଡ଼ିଥିଲା।
from Odisha Reporter http://bit.ly/2XBGMTH
No comments:
Post a Comment