
ବଲାଙ୍ଗିର (ମନୋରଞ୍ଜନ ଯୋଶୀ/ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଥାନା ଅର୍ନ୍ତଗତ ପୁଡ଼ାପାଲିରେ ଆଜି ସକାଳେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଚ୍ ରାସ୍ତାରେ ଏକ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ। ତତ୍କ୍ଷଣାତ୍ ସେମାନେ କୁକୁର ମୁହଁରୁ ଛୁଆଟିକୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଛୁଆଟିର ଅଣ୍ଟାତଳକୁ ଆଉ କିଛି ନଥିଲା। ସେ ମରି ସାରିଥିଲା।
ଛୁଆଟି ତିନି ଚାରି ଦିନର ହେବ ବୋଲି ଅନୁମାନ କରାଯାଉଛି। ତା’ର ପରିଚୟ ମିଳିପାରି ନାହିଁ। ତେବେ କୁକୁର ଜୀବିତ ଅବସ୍ଥାରେ ଛୁଆଟିକୁ କେଉଁଠାରୁ ଉଠାଇ ଆଣିଥିଲା ନା ମୃତଛୁଆଟିକୁ ଆଣି ଖାଉଥିଲା, ତାହା ସ୍ପଷ୍ଟ ହୋଇପାରନି। ଘଟଣାସ୍ଥଳ ନିକଟରେ ଏକ ଶ୍ମଶାନ ଥିବାରୁ ସେଠାରେ କେହି ମୃତଛୁଆଟିକୁ ଫୋପାଡ଼ି ଦେଇଥିବା ଅବା ପୋତି ଦେଇଥିବା ବେଳେ କୁକୁର ତାକୁ ନେଇ ଆସି ଖାଇଥିବା ଅନୁମାନ କରାଯାଉଛି।
ପୁଇଁତଳା ଥାନା ପୁଲିସ୍ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶିଶୁଟିର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ନବଜାତ ଶିଶୁକୁ କୁକୁର ଖାଉଥିବା ଦେଖିବା ପରେ ଆମେ ତୁରନ୍ତ ତାକୁ ସେଠାରୁ ଘଉଡ଼ାଇ ଥିଲୁ ଓ ପୁଲିସ୍କୁ ଖବର ଦେଇଥିଲୁ। ମଣିଷ ଛୁଆକୁ କୁକୁର ଖାଇବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।”
ବଲାଙ୍ଗିର ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଏପରି ଘଟଣା ଆଗକୁ ଯେପରି ନ ଘଟିବ, ସେଥିଲାଗି ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି।
from Odisha Reporter http://bit.ly/2IDLooR
No comments:
Post a Comment