
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାମରେ ଆସିଥିବା ଅସଦାଚରଣ ମାମଲାର ଶୁଣାଣି ଆସନ୍ତାକାଲି ହେବ। ପ୍ରଧାନ ବିଚାରପତିଙ୍କ ଅନୁମୋଦନ କ୍ରମେ ଏଥିପାଇଁ ୩ ଜଣିଆ କମିଟି ଗଠିତ ହୋଇଛି। ବରିଷ୍ଠ ବିଚାରପତି ଜଷ୍ଟିସ୍ ଏସ୍.ଏ ବବଡେଙ୍କ ଅଧ୍ୟକ୍ଷତାରେ ଏହି ୩ ଜଣିଆ କମିଟି ଗଠିତ ହୋଇଛି। ବରିଷ୍ଠତା ଆଧାରରେ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ଜଷ୍ଟିସ୍ ଏସ୍.ଏ ବବଡେଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ୍ ଏନ୍ ଭି ରମଣ ଏବଂ ଇନ୍ଦିରା ବାନାର୍ଜୀ।
ଉଲ୍ଲେଖଯୋଗ୍ୟ, ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ଜଣେ ନିମ୍ନ କୋର୍ଟର ପୂର୍ବତନ ମହିଳା କର୍ମଚାରୀ। ୩୫ ବର୍ଷୀୟ ମହିଳା ଜଣଙ୍କ ଏ ନେଇ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ସତ୍ୟପାଠ ଜରିଆରେ ଏଭଳି ଅଭିଯୋଗ ଆଣିଛନ୍ତି।
ତେବେ ମହିଳା ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ପ୍ରଧାନ ବିଚାରପତି ଖଣ୍ଡନ କରିସାରିଛନ୍ତି। ମହିଳାଙ୍କ ପଛରେ ଗୋଟିଏ ବଡ଼ ଗୋଷ୍ଠୀ କାମ କରୁଛି, ଏହି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଜଷ୍ଟିସ ରଞ୍ଜନ ଗୋଗୋଇ କହିଥିଲେ। ଏଭଳି ଅଭିଯୋଗ ଆଣି ତାଙ୍କୁ ମାନିସକ ଚାପଗ୍ରସ୍ତ କରାଇବାକୁ ଚେଷ୍ଟା କରାଯାଉଛି ବୋଲି ଜଷ୍ଚିସ ଗୋଗୋଇ ଶନିବାର କହିଥିଲେ।
ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ନିଜର ଅଭିଯୋଗ ଜଣାଇଛନ୍ତି। ଏ ନେଇ ଜାତୀୟ ନ୍ୟୁଜ୍ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇବା ପରେ ନିଜେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ମାମଲାର ଶୁଣାଣି କରି କହିଛନ୍ତି ମାମଲାର ଗୁରୁତ୍ୱକୁ ନଜରରେ ରଖି ଏହି ମାମଲାର ଶୁଣାଣି ହେବ ଏବଂ ଯେଉଁ ନ୍ୟୁଜ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା ସେହି ଗଣମାଧ୍ୟମକୁ ପ୍ରମାଣ ଉପସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter http://bit.ly/2GDCyoO
No comments:
Post a Comment