
ମାଲକାନଗିରି(ଜିତେନ୍ଦ୍ର ବେଉରା): ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ । ମାଲକାନଗିରି MPV-୬୫ ଗାଁରେ ଏକ ବୁଥ୍ରେ ଏହି ଘଟଣା ଘଟିଛି।
ଗତକାଲି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ ଇଭିଏମ୍ ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହା ପରେ ପ୍ରାୟ ୨୦୦ରୁ ଅଧିକ ଲୋକ ଏକାଠି ହୋଇ ବୁଥ ଭିତରେ ପୋଲିଂ କର୍ମଚାରୀଙ୍କୁ ବାହାରୁ ତାଲା ପକାଇଦେଇଥିଲେ। ତେବେ ମାଲକାନଗିରି ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ି ଦେଇଥିଲେ।
from Odisha Reporter http://bit.ly/2XbBQVt
No comments:
Post a Comment