ପାରାଅଲିମ୍ପିଆନ୍ ଦୀପା ମଲିକଙ୍କୁ ମିଳିଲା ସାର୍ ଏଡମଣ୍ଡ୍ ହିଲେରୀ ଫେଲୋଶିପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ପାରାଅଲିମ୍ପିଆନ୍ ଦୀପା ମଲିକଙ୍କୁ ମିଳିଲା ସାର୍ ଏଡମଣ୍ଡ୍ ହିଲେରୀ ଫେଲୋଶିପ୍

ନୂଆଦିଲ୍ଲୀ: ରିଓ ପାରାଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଦୀପା ମଲିକଙ୍କୁ ଗୁରୁବାର ନିଜର “ପ୍ରେରଣାଦାୟୀ ଉପଲବ୍ଧି’ ପାଇଁ ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ “ସାର୍ ଏଡମଣ୍ଡ ହିଲେରୀ ଫେଲୋଶିପ୍’ ପ୍ରଦାନ କରାଯାଇଛି। ଫଳସ୍ୱରୂପ ଦୀପା ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସର୍ମ୍ପକୁ ଦୃଢ଼ କରିବା ପାଇଁ ବ୍ରାଣ୍ଡ ଆମ୍ବାସାଡର ଭୂମିକା ତୁଲାଇବେ।

ରିଓ ଅଲିମ୍ପିକ୍ସ ୨୦୧୬ରେ ଶଟପୁଟ୍ ଏଫ୍-୫୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ୪୮ ବର୍ଷୀୟା ଦୀପା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳ, ସଂସ୍କୃତି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ କାମ କରିବେ।

ଏ ନେଇ ନ୍ୟୁଜିଲ୍ୟାଣ୍ଡ ହାଇ କମିଶନ୍ ପକ୍ଷରୁ କୁହାଯାଇଛି ଯେ, ‘୨୦୧୯ ପାଇଁ ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାର୍ ହିଲେରୀ ଫେଲୋଶିପ୍ ସମ୍ମାନ ଭାରତୀୟ ପାରାଅଲିମ୍ପିଆନ୍ ଦୀପା ମଲିକଙ୍କୁ ପ୍ରଦାନ କରାଯାଇଥିବାରୁ ଆମେ ବହୁତ ଖୁସି।

ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡେର୍ନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଫେଲୋଶିପର ଉଦ୍ଦେଶ୍ୟ ହେଉଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା।’ ଏହି ଫେଲୋଶିପ୍ ଆଧାରରେ ଦୀପା ନ୍ୟୁଜିଲ୍ୟାଣ୍ଡ୍ ଯାଇ ସିଧାସଳଖ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆରଡେର୍ନଙ୍କୁ ସାକ୍ଷାତ କରିବେ ଏବଂ ପାରାଅଲିମ୍ପିକ୍ ସଂଗଠନ ଗସ୍ତ କରି ସେଠାରେ ନ୍ୟୁଜିଲ୍ୟାଣ୍ଡ ଆଥଲେଟ୍, ବିଦ୍ୟାର୍ଥୀ ଓ ଗଣମାଧ୍ୟମ ସମେତ ଭାରତୀୟ ସମୁଦାୟ ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିବେ।

ସୂଚନାଯୋଗ୍ୟ, ଦୀପା ୩୬ ବର୍ଷ ବୟସରେ ସ୍ପାଇନାଲ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଆଉ ଚାଲିବାକୁ ସକ୍ଷମ ହୋଇନଥିଲେ। କିନ୍ତୁ ସେ ନିଜର ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ୨୦୧୬ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଏହି ଅଲିମ୍ପିକରେ ସେ ଏଫ୍-୫୩ ଇଭେଣ୍ଟରେ ୪.୬୧ ମିଟର୍ ଥ୍ରୋ’ କରି ରୌପ୍ୟ ପଦକ ଜିତିଥିଲେ।

ସେ ଏକମାତ୍ର ଭାରତୀୟ ମହିଳା ଭାବେ ୨୦୧୦, ୨୦୧୪ ଓ ୨୦୧୮ ଏସିଆନ୍ ପାରା ଅଲିମ୍ପିକ୍ସ ଗେମ୍ସରେ କ୍ରମାଗତ ତୃତୀୟଥର ପଦକ ଜିତିବାର ରେକର୍ଡ କରିଛନ୍ତି। ଏହି ସଫଳତା କାରଣରୁ ତାଙ୍କୁ ଭାରତୀୟ ନାଗରିକ ସମ୍ମାନ ପଦ୍ମଶ୍ରୀ ଓ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାଛଡ଼ା ଦୀପା ମଧ୍ୟ ଚାରିଥର ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।



from Odisha Reporter http://bit.ly/2DadiEz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages