ଖୋର୍ଦ୍ଧାରୁ ସ୍ୱାଗତିକା ଓ ପିପିଲିରୁ ଅଜିତ କଂଗ୍ରେସ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଖୋର୍ଦ୍ଧାରୁ ସ୍ୱାଗତିକା ଓ ପିପିଲିରୁ ଅଜିତ କଂଗ୍ରେସ ପ୍ରାର୍ଥୀ

congress1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଓ ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ସ୍ୱାଗତିକା ପଟ୍ଟନାୟକ ଓ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। ନାଁ ଘୋଷଣା କରାଯାଇ ନଥିଲେ ବି ସେମାନଙ୍କୁ ଟିକେଟ୍ ଦିଆଯାଇଥିବା ପିସିସି ସୂତ୍ରରୁ ସୂଚନା ମିଳିଛି। ଟିକେଟ୍ ପାଇଥିବା ନେଇ ସ୍ୱାଗତିକା ‘ଓଟିଭି’କୁ ସ୍ପଷ୍ଟ କରିଛନ୍ତି।

ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପୂର୍ବରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଗତକାଲି ସେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ଏହା ପରେ ଦଳ ଏଠାରୁ ଅଜିତ ମଙ୍ଗରାଜଙ୍କୁ ଟିକେଟ୍ ଦେଇଥିବା ସୂଚନା ମିଳିଛି।

ଖୋର୍ଦ୍ଧା ଓ ପିପିଲି ଯଥାକ୍ରମେ ଭୁବନେଶ୍ୱର ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଯାଉଛି। ଏ ଦୁଇ ସ୍ଥାନରେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୨୩ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ।



from Odisha Reporter https://ift.tt/2Udpq20

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages