
ମୁମ୍ୱାଇ: ବଲିଉଡ୍ର ଭାଇଜାନ୍ ସଲ୍ମାନ ଖାନ୍ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଦବଙ୍ଗ ୩”ର ସୁଟିଂ ଆରମ୍ଭ ହୋଇସାରିଛି। ପ୍ରଥମେ ଏହାର ସୁଟିଂ ମଧ୍ୟପ୍ରଦେଶର ମହେଶ୍ୱରରେ କରାଯାଉଛି। ସୁଟିଂ ବେଳର କିଛି ଫଟୋ ସାମ୍ନାକୁ ଆସିବାରେ ଲାଗିଛି, ଯାହାକୁ ନେଇ ସଲମାନ୍ ନାରାଜ୍ ହୋଇଛନ୍ତି। । ଆଉ ଏବେ ଫିଲ୍ମ ସୁଟିଂ ବେଳର କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସଲମାନ୍ ଏକ ଗୀତର ସୁଟିଂ କରୁଥୁବା ଦେଖିବାକୁ ମିଳିଛି। ମହେଶ୍ୱର ଓ ମାଣ୍ଡୁରେ ସୁଟିଂ ସାରିବା ପରେ ମହାରାଷ୍ଟ୍ରର ବାଈରେ ପାଖାପାଖି ୮୦ ଦିନର ସୁଟିଂ ଚାଲିବ। ଫିଲ୍ମର ନିର୍ଦ୍ଦେଶନା ପ୍ରଭୁଦେବା ଦେଇଥିବାବେଳେ ସଲମାନ୍ଙ୍କ ଭାଇ ଅରବାଜ୍ ଖାନ୍ ଏହାର ପ୍ରୟୋଜନା ଭାର ସମ୍ଭାଳିଛନ୍ତି।
ଭାଇରାଲ୍ ହେଉଥିବା ଭିଡିଓରେ ସଲମାନ୍ ନିଜର ସାନ୍ଦାର୍ ଲୁକ୍ରେ ନଜର ଆସିଛନ୍ତି। ତାଙ୍କ ସହ ଅନେକ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର୍ ମଧ୍ୟ ଦେଖାଯାଉଛନ୍ତି। ମହେଶ୍ୱର ଘାଟରେ ହେଉଥିବା ଏହି ସୁଟିଂ ଭିଡିଓରେ କିଛି ଡ୍ୟାନସର୍ ପାଣି ଭିତରେ ଓ କିଛି ବାହାରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି। ଏଥିରେ ସଲମାନ ଦମ୍ଦାର ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
Dabangg 3 shooting start in maheshwar nagari @BeingSalmanKhan @BeingSalmanClub love you sir ji
pic.twitter.com/eupoDlLb1U
— Semi Alawe (@AlaweSemi) April 3, 2019
ଏଥିସହ ସେଟ୍ରୁ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସଲମାନ୍ଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଛି। ଆଖି ସାମ୍ନାରେ ନିଜ ପସନ୍ଦର କଳାକାରଙ୍କୁ ଦେଖି ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ସଲମାନ ମଧ୍ୟ ହାତ ହଲାଇ ଫ୍ୟାନ୍ମାନଙ୍କୁ ହେଲୋ କହୁଥିବା ଦେଖିବାକୁ ମିଳୁଛି। ସଲମାନ ବ୍ଲୁ କଲର୍ ଡ୍ରେସ୍ରେ ବହୁତ୍ ହ୍ୟାଣ୍ଡସମ୍ ଲାଗୁଛନ୍ତି। ଏହି ଭିଡିଓକୁ ସଲମାନ୍ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର କରିଛନ୍ତି।
Namaste, Salaam Alaikum, Hello and a big thank you to all my fans & the police of #madhyapradesh #maheshwar #dabangg3 @PDdancing @arbaazSkhan @Nikhil_Dwivedi pic.twitter.com/ubN1X33jI8
— Salman Khan (@BeingSalmanKhan) April 3, 2019
ଏହି ଫିଲ୍ମ ଜରିଆରେ ପ୍ରାୟ ୧୦ ବର୍ଷ ପରେ ପ୍ରଭୁଦେବା ଓ ସଲମାନ୍ ଏକାଠି ହୋଇଛନ୍ତି। ଫିଲ୍ମଟି ୩୧ ଡିସେମ୍ବର୍ରେ ରିଲିଜ୍ ହେବ ବୋଲି ଶୁଣିବାକୁ ମିଲୁଛି। ଏବେ ସଲମାନ୍ଙ୍କ ଫ୍ୟାନ୍ସଙ୍କୁ ଚୁଲ୍ବୁଲ୍ ପାଣ୍ଡେଙ୍କ ଫାଷ୍ଟ ଲୁକ୍ର ଅପେକ୍ଷା ରହିଛି। ସଲମାନଙ୍କ ଏହି ଭିଡିଓ ଦେଖି ଖୁସି ହେଉଥିବାବେଳେ କିଛି ଦର୍ଶକଙ୍କ କହିବା କଥା ଯେ, ସଲମାନ୍ଙ୍କ ବୟସ ଅଧିକ ହୋଇଗଲାଣି।
from Odisha Reporter https://ift.tt/2FZ6zz1



No comments:
Post a Comment