ଗଛରେ ଫୁଲ ବଦଳରେ ଫୁଟୁଛି ଗୋଲାପି ପକ୍ଷୀ , ଆପଣ କେବେ ଦେଖିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଗଛରେ ଫୁଲ ବଦଳରେ ଫୁଟୁଛି ଗୋଲାପି ପକ୍ଷୀ , ଆପଣ କେବେ ଦେଖିଛନ୍ତି କି?

ନୂଆ ଦିଲ୍ଲୀ: ଶୀତ ନୁହେଁ କି ଗରମ ନୁହେଁ। କିନ୍ତୁ ଏପରି ଦିନରେ ସୁଲୁସୁଲିଆ ପବନ ସାଙ୍ଗକୁ ଶୁଭେ କୋଇଲିର ସୁମଧୁର ସ୍ୱର। ଏସବୁ ହିଁ କରିଛି ଋତୁରାଜ ବସନ୍ତକୁ ଅନ୍ୟ ଋତୁଠୁ ଭିନ୍ନ। ବର୍ଷର ଅନ୍ୟ ଦିନ ଅପେକ୍ଷା ଏହି ଦିନଗୁଡ଼ିକ ମନକୁ ଆନମନା କରିଦିଏ।  ସେହିଭଳି ଭଳିକି ଭଳି ଫୁଲର ସମାହାର ଯାହାକୁ ବି ବିମୋହିତ କରିବାକୁ ଯଥେଷ୍ଟ।

ହେଲେ ଯଦି ଗଛରେ ଫୁଲ ବଦଳରେ ସୁନ୍ଦରୀ ଗୋଲାପି ପକ୍ଷୀ ଭର୍ତ୍ତି ହୋଇଥିବାର ଦୂରରୁ ଆପଣ ଦେଖିବେ ତାହା ହେଲେ କିପରି ଅନୁଭବ କରିବେ। ଆପଣ ଭ୍ରମରେ ରୁହନ୍ତୁ ନାହିଁ ଯେ, ତାହା କୌଣସି  ପ୍ରକାର ପକ୍ଷୀ। ତାହା ଏକ ପ୍ରକାର ଫୁଲ, ଯାହା ଦେଖିବାକୁ ଠିକ୍‌ ପକ୍ଷୀ ପରି।  ଏହି ଫୁଲର ନାଁ ହେଉଛି ମେଗ୍‌ନୋଲିଆ ଫୁଲ। ଏହି ଫୁଲ ଦେଖିଦେଲେ ଯେ କୌଣସି ଲୋକର ମୁହଁରେ ହସ ଫୁଟିବା ସୁନିଶ୍ଚିତ।

ଏହି ଫୁଲକୁ ଦେଖିଲେ ଏପରି ଲାଗିବ ଯେପରି ଗଛ ଉପରେ ଗୋଲାପି ପକ୍ଷୀ ଦଳ ଦଳ ହୋଇ ବସିଛନ୍ତି।  ଏହି ଗଛ ଚୀନର ଉତ୍ତର ପାର୍ଶ୍ୱରେ ଏବଂ ଆମେରିକାର ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ବହୁଳ ମାତ୍ରାରେ ଦେଖାଯାଇଥାଏ। ଏପରି ଫୁଲ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥିବା ବେଳେ ଏହାର ମହକ ବହୁ ଦୂର ପର୍ଯ୍ୟନ୍ତ ବାସିଥାଏ।

ପ୍ରଥମ ଥର ଏପରି ଫୁଲ ଦେଖୁଥିବା ଲୋକ ଭ୍ରମରେ ପଡ଼ିବା ଥୟ। କେହି ବି ଏହାକୁ ଫୁଲ ବୋଲି ବିଶ୍ୱାସ କରିବା କଷ୍ଟକର। ସମସ୍ତେ ଭାବିଥାନ୍ତି, ଯେ ଗଛରେ ବହୁ ସଂଖ୍ୟାରେ ସୁନ୍ଦରୀ ଗୋଲାପି ପକ୍ଷୀ ଆସି ବସିଛନ୍ତି। ଏହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଏଠାକୁ।

ଏହି ଗଛକୁ ବଢାଇବା କିନ୍ତୁ ଖୁବ୍‌ କଷ୍ଟକର ହୋଇଥାଏ। ଟିକେ ଖାମଖିଆଲି ମନୋଭାବ ରଖିଲେ ଗଛଟି ମରି ଯାଇଥାଏ।  ତେଣୁ ଏହାର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ଏହାର ଡାଳଗୁଡ଼ିକ ଝାଉଁଳି ଗଲେ ତାକୁ କାଟି ଦେବା ଉଚିତ । ଏପରି ସୁନ୍ଦର ଫୁଲ ଫୁଟାଇବାକୁ ବହୁତ କଷ୍ଟ କରିବାକୁ ପଡୁଥିବା ଏଠାକାର ସ୍ଥାନୀୟ ଅଞ୍ଚଳାବାସୀ କହିଛନ୍ତି।



from Odisha Reporter https://ift.tt/2HYNT4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages