ବକ୍ସ୍ ଅଫିସ୍‌ରେ ଫିକା ପଡ଼ିଲା ‘RAW’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ବକ୍ସ୍ ଅଫିସ୍‌ରେ ଫିକା ପଡ଼ିଲା ‘RAW’

ମୁମ୍ବାଇ: ଗତ କାଲି ରିଲିଜ୍‌ ହୋଇଯାଇଛି ବଲିଉଡ ଫିଲ୍ମ ‘ରୋମିଓ ଅକବର ୱାଲ୍ଟର୍ (RAW)’। ଏହା ଏକ ମିଷ୍ଟ୍ରି ଡ୍ରାମା ଫିଲ୍ମ ଯାହା କି ୧୯୭୧ରେ ଭାରତ-ପାକ୍‌ ଯୁଦ୍ଧ ସମୟର ଜଣେ ଗୁଇନ୍ଦା ଅଧିକାରୀଙ୍କ କାହାଣୀ ଉପରେ ଗତିଶୀଳ। ରବି ଗ୍ରୋୱାଲ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି ଜନ୍‌ ଅବ୍ରାହମ୍‌। ଜନ୍‌ଙ୍କ ବ୍ୟତୀତ ଫିଲ୍ମରେ ମୌନି ରୟ ଓ ଜ୍ୟାକି ସ୍ରଫ୍‌ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ପ୍ରଥମ ଦିନରେ ଫିଲ୍ମଟି ବକ୍ସ ଅଫିସ୍‌ରେ ବିଶେଷ କିଛି କମାଲ୍‌ କରିପାରି ନାହିଁ। ସୂଚନା ମୁତାବକ ମର୍ଣ୍ଣିଂ ଶୋ’ର ମାତ୍ର ୧୦ ପ୍ରତିଶତ ଟିକେଟ ବିକ୍ରି ହୋଇଛି। ହେଲେ ସନ୍ଧ୍ୟାବେଳର ଶୋ’ରେ ଏହା ପିକ୍‌ଅପ୍‌ ନେଇଛି ଓ ଟିକେଟ୍‌ ଠିକ୍‌ଠାକ୍‌ ବିକ୍ରି ହୋଇଛି। ଶନିବାର ଓ ରବିବାର ୱିକେଣ୍ଡରେ ଏହା ଭଲ ଆୟ କରିବ ବୋଲି ଆଶା ରଖାଯାଉଛି।

ଫିଲ୍ମଟି ପ୍ରଥମ ଦିନରେ ଭଲ ଆୟ କରିପାରିନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଫିଲ୍ମକୁ ଅଧିକ ସ୍କ୍ରିନ୍‌ ମିଳିନାହିଁ। ଫିଲ୍ମଟି ୨ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି। କିନ୍ତୁ ଫିଲ୍ମକୁ ଭଲ ରିଭ୍ୟୁ ମିଳିନାହିଁ। ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ନିଜ ୱନ୍ ୱର୍ଡ଼ ରିଭ୍ୟୁରେ ଫିଲ୍ମକୁ ଡଲ୍‌ ବୋଲି କହିଛନ୍ତି। ସୂଚନା ମୁତାବକ ‘କେଶରୀ’ ଓ ‘ଲୁକାଚୁପି’ ପରି ଫିଲ୍ମ ପୂର୍ବରୁ ବକ୍ସ ଅଫିସ୍‌ରେ ଅଛି। ଏହି ଦୁଇ ଫିଲ୍ମର କ୍ରେଜ୍‌ ମଧ୍ୟ ଦର୍ଶକଙ୍କ ଭିତରେ ଜାରି ରହିଛି। ତେଣୁ ‘ର’ ବକ୍ସ ଅଫିସ୍‌ରେ ଏତେଟା କମାଲ ଦେଖାଇପାରି ନାହିଁ।



from Odisha Reporter http://bit.ly/2VwT1Ap

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages