ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛୋଟବେଳେ ଆପଣ ସାଇକେଲ୍ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଦାଗ ରହିଲେ ଆମକୁ ସୁନ୍ଦର ଦେଖାଯାଇନଥାଏ। ଆମେ ବିଭିନ୍ନ ଉପାୟ କରି ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ।
କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏପରି ଚିକିତ୍ସା କରିବାକୁ ସକ୍ଷମ ହୋଇ ପାରି ନ ଥାନ୍ତି।
ତେବେ ଆଜି ଆପଣଙ୍କୁ ସେହି ଖଣ୍ଡିଆକୁ କିପରି ଘରେ ଥିବା ଜିନିଷରେ ଭଲ କରିପାରିବେ ସେ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣ ବ୍ୟବହାର କରି ଖଣ୍ଡିଆ ଦ୍ୱାରା ହୋଇଥିବା ଦାଗ ଲିଭାଇ ପାରିବେ। ତେବେ ଜାଣନ୍ତୁ ସେହି ସବୁ ଜିନିଷ ବିଷୟରେ।
ଚନ୍ଦନ
ଯଦି ଆପଣଙ୍କ ଗୋଡ଼, ହାତ ବା ଅନ୍ୟ କୌଣସି ସ୍ଥାନରେ ଖଣ୍ଡିଆର ଦାଗ ରହିଛି ତାହାଲେ ଆପଣ ଚନ୍ଦନ ବ୍ୟବହାର କରି ସେହି ଖଣ୍ଡିଆକୁ ଲିଭାଇ ପାରିବେ।
ଏଥିପାଇଁ ଆପଣଙ୍କ ଗୋଟେ ଚାମଚ ଚନ୍ଦନ ପାଉଡର୍ ନେଇ ସେଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାପରେ ସବୁଦିନ ପେଷ୍ଟ କରି ଖଣ୍ଡିଆ ହୋଇ ରହିଯାଇଥିବା ଦାଗ ଉପରେ ଲଗାନ୍ତୁ। କିଛି ଦିନ ଭିତରେ ଆପଣଙ୍କ ଦାଗ ଲିଭି ଯିବ।
ଲେମ୍ବୁ
ଲେମ୍ବୁକୁ ବ୍ୟବହାର କରି ଆପଣ ଦାଗ ମଧ୍ୟ ଲିଭାଇ ପାରିବେ। ଲେମ୍ବୁରେ ଥିବା ଭିଟାମିନ୍ ଦାଗ ଲିଭାଇବାରେ ସାହାଯ୍ୟ କରିପାରେ। ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ସବୁଦିନ କିଛି ସମୟ ପାଇଁ ଏହିପରି କଲେ ଧିରେ ଧିରେ ଦାଗ ଲିଭିବା ଆରମ୍ଭ କରିବ।
ମହୁ
ମହୁ ଆମ ଶରୀର ପାଇଁ ବହୁ ଉପକାରୀ ବୋଲି ଆମେ ସମସ୍ତେ ଜାଣିଛୁ। ଏହା ସହ ଆମ ତ୍ୱଚାକୁ ମଧ୍ୟ ଏହା ବହୁତ ଫାଇଦା ଦେଇଥାଏ। ଏହା ତ୍ୱଚାରେ ଅନାବଶ୍ୟକ ବା ଡେଡ୍ ଟିସୁକୁ ବାହାର କରିବାରେ ସାହାଯ୍ୟ କରିଥାଏ।
ତେବେ ଆପଣ ଏହାକୁ ବ୍ୟବହାର କରି ଖଣ୍ଡିଆ ପରେ ରହିଯାଇଥିବା ଦାଗ ଲିଭାଇ ପାରିବେ। ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନରେ ଦାଗ ଧିରେ ଧିରେ ଲିଭିବା ଆରମ୍ଭ କରିବ।
କାକୁଡ଼ି
କାକୁଡ଼ି ମଧ୍ୟ ଆମ ତ୍ୱଚା ଏବଂ ଶରୀର ପାଇଁ ଭଲ ବୋଲି ଆପଣ ଜାଣିଥିବେ। ଏହା ଦାଗ ଲିଭାଇବା ସହ କଳା ଥିବା ଖଣ୍ଡିଆ ଭଲ ହେଲା ପରେ କଳା ହୋଇଥିବା ସ୍ଥାନକୁ ଭଲ କରିଥାଏ। ତେବେ ଦାଗ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ। ଅଥବା କାକୁଡ଼ି ଉକ୍ତ ସ୍ଥାନରେ ଘସି ମଧ୍ୟ ପାରିବେ।
from Odisha Reporter http://bit.ly/2EPlU4q
No comments:
Post a Comment