୩ ତାଲାରୁ ଡେଇଁବା ଛଡା କିଛି ବାଟ ନ ଥିଲା,  ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

୩ ତାଲାରୁ ଡେଇଁବା ଛଡା କିଛି ବାଟ ନ ଥିଲା,  ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ଛାତ୍ର

ଅହମ୍ମଦାବାଦ: ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଳ କୋଚିଂ ସେଣ୍ଟରରେ ଗତ କାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରଙ୍କ ମୃତ୍ୟୁ ଘଟିଲା। ମୃତକଙ୍କ ମଧ୍ୟରେ ୧୫ ଝିଅ ବି ଅଛନ୍ତି। ଏପରି ନିଆଁକୁ ପାଖରୁ ଦେଖି ଭୟଭୀତ ହୋଇଯାଇଥିବା ବହୁ ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବା ଲାଗି ଅନ୍ୟ କୌଣସି ବାଟ ନ ପାଇ ତିନି ତାଲା ଓ ଚାରି ତାଲାରୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବଞ୍ଚିଯାଇଥିବା ଜଣେ ଛାତ୍ର ବଖାଣିଛନ୍ତି ଆଖି ଆଗରେ ଦେଖିଥିବା ନିଆଁର କରାଳ ରୂପକୁ।

ଏହି ଅଗ୍ନିକାଣ୍ଡରୁ ବଞ୍ଚି ଯାଇଥିବା ରୂଷିତ ବେକାରିୟା ନାମକ ଛାତ୍ର କହିଛନ୍ତି ଯେ, ତଳକୁ ଡେଇଁବା ଛଡା  ଆମ ପାଖରେ ଆଉ କିଛି ବାଟ ହିଁ ନ ଥିଲା। ଏହି ଘଟଣାରେ ଉକ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରାଯାଇଛି।

ରୂଷିତଙ୍କ କଥା ଆପଣଙ୍କ ହୃଦୟକୁ ଥରାଇ ଦେବ, ଏଥିରେ ସନ୍ଦେହ ନାହିଁ।  ତାଙ୍କ କହିବା ମୁତାବକ ଏସିରୁ ବାହାରୁଥିବା ନିଆଁ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ଫଳରେ ସେମାନେ ବାହାରକୁ ବାହାରିବାକୁ ସମୟ ପାଇପାରିନ ଥିଲେ। କ୍ରମଶଃ ନିଶ୍ୱାସ ନେବାରେ ଅସ୍ୱସ୍ତିକରବୋଧ ହେବାରୁ ପିଲାମାନେ ଝରକା ଖୋଲି ଦେଇଥିଲେ।

ବେକାରିୟାଙ୍କ କହିବା ମୁତାବକ, ଉକ୍ତ ସମୟରେ ଫାୟାର ବ୍ରିଗେଡ କର୍ମଚାରୀ ତଳେ ପହଞ୍ଚି ଯାଇଥିଲେ। ସେମାନେ ଡେଇଁ ପଡିବାକୁ କହୁଥିଲେ ମଧ୍ୟ ପାଖରେ କିନ୍ତୁ ମହଜୁଦ ନ ଥିଲା କିଛି ବି ସୁରକ୍ଷା ସାମଗ୍ରୀ।  ଏହାପରେ ଏଠାରେ ରହିଲେ ଧୂଆଁରେ ହିଁ ଜୀବନ ଚାଲିଯିବ ବୋଲି ମନକୁ ଆସିଥିଲା। ଏଥିଲାଗି ମୁଁ ଧରିଥିବା ସାଙ୍ଗ ହାତକୁ ଛାଡି ତଳକୁ ଡେଇଁ ପଡିଥିଲି। ତା ପରେ କ’ଣ ହେଲେ କିଛି ଜାଣିନି। ଚେତା ଫେରିବା ବେଳକୁ ମୁଁ ହସ୍ପିଟାଲରେ ଥିଲି ଓ ପ୍ରବଳ ଯନ୍ତ୍ରଣା ହେଉଥିଲା। ଏହାପରେ ଭଗବାନଙ୍କୁ ବଞ୍ଚି ଯାଇଥିବାରୁ କୃତଜ୍ଞତା ଜଣାଇଲି  ବୋଲି କହିଛନ୍ତି  ରୂଷିତ। ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଏଠାରେ ପଢୁଥିବା ପିଲାଙ୍କ ମଧ୍ୟରୁ  କିଏ  ହାଇସ୍କୁଲ  ପରୀକ୍ଷା ପରେ ତ  କିଏ ଯୁକ୍ତ ୨ ପରେ ଏଠାକୁ କୋଚିଂ ନେବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ବହୁଜଣ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଜଣାଯାଇଛି। ବେକାରିୟାଙ୍କ ପିତାଙ୍କର ହିରା ବ୍ୟବସାୟ ଥିବା ସେ କହିଛନ୍ତି।

 



from Odisha Reporter http://bit.ly/2Exxn8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages