
ନୂଆଦିଲ୍ଲୀ: ସୀମାରେ ଲାଗି ରହିଥିବା ଟେନସନ୍ ସତ୍ତ୍ୱେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ପ୍ରତି ଲୋକଙ୍କ ଉତ୍ସାହ କମ୍ ହୋଇନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ବିଶ୍ୱକପରେ ଦୁଇ ଦେଶ ମଧ୍ୟରେ ହେବାକୁଥିବା ମ୍ୟାଚର ସବୁ ଟିକେଟ୍ ମାତ୍ର ୪୮ ଘଣ୍ଟା ଭିତରେ ବିକ୍ରି ହୋଇଯାଇଛି।
ଇଂଲଣ୍ଡରେ ଆୟୋଜିତ ହେବାକୁଥିବା ବିଶ୍ୱକପରେ ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଜୁନ୍ ୧୬ ତାରିଖରେ ଭେଟିବ। ଏହି ମ୍ୟାଚ୍ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଲୋକଙ୍କ ମଧ୍ୟରେ ଏତେ କ୍ରେଜ୍ ଅଛି ଯେ, ମାତ୍ର ୪୮ ଘଣ୍ଟାରେ ଟିକେଟ୍ ସବୁ ବିକ୍ରି ହୋଇଯାଇଛି।
ଏହି ମ୍ୟାଚ୍ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଆୟୋଜକମାନଙ୍କୁ ଯେଉଁ ଫୋନ୍-କଲ୍ ଯାଉଛି, ସେଥିରେ ଅଧିକାଂଶ ଭାରତୀୟ ଫ୍ୟାନ୍ ହିଁ ରହିଥିବା ସୂଚନା ମିଳିଛି। ଏହି ମଇଦାନରେ ଜୁନ୍ ୨୬ ତାରିଖରେ ଭାରତର ମୁକାବିଲା ୱେଷ୍ଟଇଣ୍ଡିଜ୍ ସହ ହେବ, କିନ୍ତୁ ଏହି ମ୍ୟାଚ୍ ପ୍ରତି ଲୋକଙ୍କ ସେତେଟା ଉତ୍ସାହ ନାହିଁ।
ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୬ ମ୍ୟାଚ୍ ଖେଳାଯାଇଛି। ସବୁଯାକ ମ୍ୟାଚ୍ ଭାରତ ହିଁ ଜିତିଛି। ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନ କେବେବି ଭାରତକୁ ହରାଇପାରି ନାହିଁ। ଦୁଇ ଟିମ୍ ମଧ୍ୟରେ ଖେଳାଯାଇଥିବା ୫ଟି ଯାକ ମୁକାବିଲାରୁ ଭାରତ ସବୁଥିରେ ବିଜୟୀ ହୋଇଛି।
from Odisha Reporter http://bit.ly/2IZfe7i
No comments:
Post a Comment