୫୦ କୋଟି ଦେଲେ ମୋଦିଙ୍କୁ ହତ୍ୟା; ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

୫୦ କୋଟି ଦେଲେ ମୋଦିଙ୍କୁ ହତ୍ୟା; ଭିଡିଓ ଭାଇରାଲ୍‌

modi7

ନୂଆଦିଲ୍ଲୀ: ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍‌ଏଫ୍ ଯବାନ ତେଜ୍‌ବାହାଦୂର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବା ପରେ ବିଜେପି କହିଛି ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି ଭିଡିଓଟିରେ କୁହାଯାଉଥିବା ଶୁଣିବାକୁ ମିଳୁଛି।

ଶହଜାଦ୍‌ ପୁନାୱାଲା ଏହି ଭିଡିଓକୁ ଗତକାଲି ଟ୍ୱିଟ୍ କରିଥିଲେ। କିଛି ସେକେଣ୍ଡ ମଧ୍ୟରେ ଏହାକୁ ଲୋକେ ଶେୟାର କରିବା ଆରମ୍ଭ କରିଥିଲେ। ହଜାର ହଜାର ଲୋକ ଏହି ଭିଡିଓକୁ ଦେଖି ସାରିଛନ୍ତି ଓ ପ୍ରତିକ୍ରିୟା ବି ଦେଇଛନ୍ତି।

ଭିଡିଓଟି ଭଲ ମାନର ନୁହେଁ। ଭିଡିଓରେ ଥିବା ବ୍ୟକ୍ତିଙ୍କ ମୁହଁ ପରିଷ୍କାର ଦେଖାଯାଉ ନାହିଁ କି ତାଙ୍କ ସ୍ୱର ମଧ୍ୟ ସ୍ପଷ୍ଟ ଶୁଣାଯାଉ ନାହିଁ। ତେବେ ଏଥିରେ ତେଜ୍‌ବାହାଦୂର ଥିବା କୁହାଯାଉଛି। ସେ ମୋଦିଙ୍କ ହତ୍ୟା କଥା କହୁଥିବା କୁହାଯାଉଛି।

ଅନ୍ୟପକ୍ଷରେ ‘ଇଣ୍ଡିଆନ୍ ଏକ୍ସପ୍ରେସ୍‌’ର ଏକ ରିପୋର୍ଟ ମୁତାବକ, ତେଜ୍‌ବାହାଦୂର ଏହି ଭିଡିଓକୁ ନେଇ କହିଛନ୍ତି,“ମୁଁ ଏ ଭିଡିଓ ଦେଖିଛି। ମୋର ଯାହା ମନେ ପଡ଼ୁଛି ୨୦୧୭ରେ ଏହାକୁ ଶୁଟ୍ କରାଯାଇଛି। ମୁଁ ସେତେବେଳେ ଯବାନଙ୍କ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ କଥା ହେଉଥିଲି। ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ କିଛି କହି ନାହିଁ। ଏ ଭିଡିଓରେ କିଛି ଗଡ଼ବଡ଼ କରାଯାଇଛି।”

ତେଜ୍‌ବାହାଦୂର ଆହୁରି କହିଛନ୍ତି ଯେ, ଚାକିରିରୁ ବହିଷ୍କୃତ ହେବା ପରେ ସେ ଦିଲ୍ଲୀରେ ଧାରଣାରେ ବସିଥିଲେ। ସେହି ସମୟରେ ତାଙ୍କୁ ଭେଟିବାକୁ ତାଙ୍କର ଅନେକ ସାଥୀ ଆସିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ, ସେମାନେ ତାଙ୍କ ବିଛଣା ପର୍ଯ୍ୟନ୍ତ ପହଞ୍ଚିଯିବେ।

ତେଜ୍‌ବାହାଦୂର କହିଛନ୍ତି ଯେ, ଦିଲ୍ଲୀ ପୁଲିସ୍‌ରେ କାମ କରୁଥିବା ପଙ୍କଜ ଶର୍ମା ଏହି ଭିଡିଓ ତିଆରି କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ସେ ତାଙ୍କୁ ଟଙ୍କା ମାଗୁଥିଲେ। ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି। ତେବେ ଏହା ତାଙ୍କୁ ହତୋତ୍ସାହିତ କରିପାରିବ ନାହିଁ। ଚାକିରିରେ ଥିବା ସମୟରେ ବି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା।

ବିଜେପି ମୁଖପାତ୍ର ଜି.ଭି. ଏଲ୍‌. ନରସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଏହା ଆଉ ଏକ ଷଡ଼ଯନ୍ତ୍ର। ପୁଣି ଏ ଷଡ଼ଯନ୍ତ୍ର ସେହି ବ୍ୟକ୍ତି କରିଛନ୍ତି, ଯାହାଙ୍କୁ ସମାଜବାଦୀ ପାର୍ଟି ବାରାଣସୀରେ ଲୋକସଭା ପ୍ରାର୍ଥୀ କରିଥିଲା। ସୂଚନାଯୋଗ୍ୟ, ତେଜ୍‌ବାହାଦୂରଙ୍କ ନାମାଙ୍କନପତ୍ରକୁ ନିର୍ବାଚନ କମିଶନ ଖାରଜ କରି ଦେଇଥିଲେ।



from Odisha Reporter http://bit.ly/2PSDNn5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages