ଇଭିଏମ ସ୍ଥାନାନ୍ତରକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ, ଜବାବ ରଖିଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଇଭିଏମ ସ୍ଥାନାନ୍ତରକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ, ଜବାବ ରଖିଲେ ନିର୍ବାଚନ କମିଶନ

ଲକ୍ଷ୍ନୌ: ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇବା ପରେ ଇଭିଏମ ପ୍ରସଙ୍ଗକୁ ଉଠାଇଛନ୍ତି ବିରୋଧୀ । ଇଭିଏମ ଏବଂ ଭିଭିପାଟ୍‌ରେ ତ୍ରୁଟି ଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ପାଖକୁ ଯାଉଥିବାବେଳେ ଏହାରି ଭିତରେ ଭାଇରାଲ ହୋଇଛି ଆଉ ଏକ ଭିଡିଓ। ୟୁପି, ବିହାର, ପଞ୍ଜାବ ଏବଂ ହରିଆନାରେ ଇଭିଏମ ମେସିନକୁ ଏକ ଟ୍ରକରେ ଭର୍ତ୍ତି କରି ନିଆଯାଉଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓକୁ ନେଇ ପୁଣି ପ୍ରସଙ୍ଗ କରିଛନ୍ତି ବିରୋଧୀ।

ଉତ୍ତର ପ୍ରଦେଶର ଚାନ୍ଦଉଲି ଲୋକସଭା ଆସନ ପାଇଁ ରବିବାର ମତଦାନ ହୋଇଥିଲା। ସୋମବାର ଇଭିଏମଗୁଡିକୁ ଗଣତି କେନ୍ଦ୍ରକୁ ନିଆଯାଉଥିବା ଏକ ମୋବାଇଲ ଭିଡିଓ ସାମ୍ନାକୁ ଆସିଥିଲା। ଏହାପରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଏ ନେଇ ଆପତ୍ତି ଉଠାଇଥିଲେ। ରବିବାର ଦିନ ଗଣତି କେନ୍ଦ୍ରକୁ ଇଭିଏମ ସ୍ଥାନାନ୍ତର ହେବାର ନିୟମ ରହିଥିବା ବେଳେ ସୋମବାର କାହାଁକି ସ୍ଥାନାନ୍ତର କରାଯାଉଛି ବୋଲି ଏସପି ପ୍ରାର୍ଥୀ ପ୍ରଶ୍ନ କରିଥିଲେ।

ତେବେ ଜବାବରେ ସ୍ଥାନୀୟ ନିର୍ବାଚନ ଅଧିକାରୀ କହିଥିଲେ ଯେଉଁ ଇଭିଏମ ଗୁଡିକୁ ଟ୍ରକରେ ନିଆଯାଉଥିଲା ତାହା ନିର୍ବାଚନରେ ବ୍ୟବହାର ହୋଇ ନାହିଁ। ତେବେ ରବିବାର ଦିନ ଏହି ସଂରକ୍ଷିତ ୩୫ଟି ଇଭିଏମକୁ ଆଣିବା ପାଇଁ ଆବଶ୍ୟକ ଗାଡି ନ ମିଳିବାରୁ ସୋମବାର ଗଣତି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ୟୁପିର ଗାଜିପୁର ଲୋକସଭା ଆସନ ପାଇଁ ରବିବାର ଭୋଟ ପଡିଥିବା ବେଳେ ସୋମବାର ରାତିରେ ଇଭିଏମ ମେସିନ ଏକ ଟ୍ରକରେ ଭର୍ତ୍ତି କରି ନିଆଯାଉ ଥିବା ଦେଖିବାକୁ ମିଳିଛି। ଯାହାକୁ ବିଏସପି ପ୍ରାର୍ଥୀ ଅଫଜଲ ଅନସାରୀ ବିରୋଧ କରି ଧାରଣା ଦେଇଥିଲୋ। ପରେ ସ୍ଥାନୀୟ ନିର୍ବାଚନ କମିଶନର ପ୍ରତିକ୍ରିୟା ଦେଇ କହିଥିଲେ ସମସ୍ତ ଇଭିଏମ ଓ ଭିଭିପ୍ୟାଟ୍ ସୁରକ୍ଷା ଭିତରେ ରହିଛି। ଏଭଳି ପ୍ରସଙ୍ଗ ଭିତ୍ତିହୀନ।

ସମାନ ଅଭିଯୋଗ ମଧ୍ୟ ୟୁପିର ଝାନସୀ, ମିରଜାପୁର ଲୋକସଭା ଆସନ, ପଞ୍ଜାବ, ବିହାରରେ ଦେଖିବାକୁ ମିଳିଛି।



from Odisha Reporter http://bit.ly/2QgH7sd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages