ରୟାଲ ଫ୍ୟାମିଲିକୁ ଦରକାର ସୋଶାଲ ମିଡିଆ ମ୍ୟାନେଜର, ଦରମା ୨୬ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ରୟାଲ ଫ୍ୟାମିଲିକୁ ଦରକାର ସୋଶାଲ ମିଡିଆ ମ୍ୟାନେଜର, ଦରମା ୨୬ ଲକ୍ଷ

ଲଣ୍ଡନ: ଛୋଟ ହେଉ ବି ବଡ ଜୀବନରେ ଚାକିରୀ ଖଣ୍ଡେ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ହେଲେ ଚାକିରି ଯଦି ଲଣ୍ଡନର ବକିଂହାମ ପ୍ୟାଲେସରେ କରିବାକୁ କୁହାଯାଏ ଆପଣ କ’ଣ ମନା କରିବେ। ତାହା ପୁଣି ମହାରାଣୀଙ୍କ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିକଟରେ । ଆଉ ଦରମା ବି କିଛି କମ୍‌ ନୁହେଁ। ପାଇବେ ଲକ୍ଷାଧିକ ଟଙ୍କା। ତା ହେଲେ ଜୀବନର ସବୁ ଅଧୁରା ସ୍ୱପ୍ନ ପୁରା ହୋଇଯିବା ପରି ଲାଗିବ, ନୁହେଁ କି ? ଆମେ ବି ଆପଣଙ୍କୁ ଗପ ଶୁଣାଉ ନାହୁଁ। ଏପରି ଚାକିରି ଆବଶ୍ୟକ ବୋଲି ଖୋଦ ମହାରାଣୀଙ୍କ ରୟାଲ ଫ୍ୟାମିଲି ତରଫରୁ ଦିଆଯାଇଛି ବିଜ୍ଞାପନ।

ବିଜ୍ଞାପନ ବାହାର କରିଥିବା ୱେବସାଇଟ ମୁତାବକ, ମହାରାଣୀଙ୍କର ସୋଶାଲ ମିଡିଆ ମ୍ୟାନେଜର ଆବଶ୍ୟକ। ଏହି ବ୍ୟକ୍ତିଙ୍କୁ ଦିଆଯିବ ଡିଜିଟାଲ କମ୍ୟୁନିକେସନ ଅଫିସରର ପୋଷ୍ଟ। ତାଙ୍କୁ ମୁଖ୍ୟତଃ ମହାରାଣୀଙ୍କ ସମସ୍ତ ପ୍ରୋଗ୍ରାମ ଓ ପ୍ଲାନିଂ ସମ୍ପର୍କରେ ବିଶେଷ ଢଙ୍ଗରେ ଲୋକଙ୍କୁ ଅବଗତ କରାଇବାକୁ ପଡିବ। ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି

ୱେବସାଇଟ ମୁତାବକ, ଡିଜିଟାଲ କମ୍ୟୁନିକେସନ ଅଫିସରଙ୍କ ଦରମା ଏପରି ଯାହା ଆପଣ  କେବେ ଶୁଣିନଥିବେ।  ଏହି ପଦବୀ ନିମନ୍ତେ ବାର୍ଷିକ ଦରମା ରହିଛି  ୩୦ ହଜାର ପାଉଣ୍ଡ ଅର୍ଥାତ ୨୬ ଲକ୍ଷ ୫୮ ହଜାର ଟଙ୍କା।  ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ  ୩୭.୫ ଘଣ୍ଟା କାମ କରିବାକୁ ପଡିବ। ବର୍ଷକୁ ୩୩ ଦିନ ଛୁଟି । ସବୁଦିନ ଲଞ୍ଚ କରିବେ ମାଗଣାରେ।

ଏଥିନିମନ୍ତେ କାମ ମଧ୍ୟ ସେପରି କିଛି କରିବାର ନାହିଁ।  ଏହି ଅଧିକାରୀଙ୍କୁ ସବୁଦିନ ଡିଜିଟାଲ ମିଡ଼ିଆରେ ଆସୁଥିବା ଷ୍ଟୋରି ଉପରେ ନଜର ରଖିବାକୁ ପଡ଼ିବ। ଏହା ସହ କିଛି ଡିଜିଟାଲ ପ୍ରୋଜେକ୍ଟ ଉପରେ ମଧ୍ୟ ଲେଖିବାକୁ ପଡିବ ପ୍ରବନ୍ଧନ। ବଙ୍କିହାମ ପ୍ଲାଲେସ ଲାଗି ଥିବା ଡିଜିଟାଲ ମିଡିଆ ବିଶଷଷଜ୍ଞ ଟିମ୍‌ ସହ ମଧ୍ୟ ତାଙ୍କୁ କାମ କରିବାକୁ ପଡିବ । ସେ ସୋଶାଲ ମିଡିଆ ଡିଜିଟାଲ ପ୍ଲାଟଫର୍ମ ଲାଗି କଣ୍ଟେଣ୍ଟ ମଧ୍ୟ ଲେଖିବେ।  ଏପରି ଅଧିକାରୀଙ୍କୁ ରୟାଲ ଫ୍ୟାମିଲିର ଗତିବିଧୀ ଉପରେ ନଜର ରଖିବାକୁ ପଡିବ।



from Odisha Reporter http://bit.ly/2M2LIQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages