
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ଦଳ ପକ୍ଷରୁ ‘ଆଇ ରିଜାଇନ୍’ ବା ‘ମୁଁ ଇସ୍ତଫା ଦେଉଛି’ ଆରମ୍ଭ ହୋଇଛି। ପୂର୍ବରୁ ଏହି ଇସ୍ତଫା ଦେବା ତାଲିକାରେ ଏକାଧିକ ରାଜ୍ୟର କଂଗ୍ରେସ ମୁଖ୍ୟ ଯୋଡ଼ି ହୋଇଥିବା ବେଳେ ଆଜି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଝାକଡ଼ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି।
ସୁନୀଲ ଝାକଡ଼ ଏଥର ବିଜେପି ପ୍ରାର୍ଥୀ ସନ୍ନି ଦେୱଲଙ୍କ ବିପକ୍ଷରେ ଗୁରଦାସପୁରରୁ ନିର୍ବାଚନ ଲଢ଼ୁଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ ସୁନୀଲ ଝାକଡ଼ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପରାଜୟ ପାଇଁ ଶ୍ରୀ ଝାକଡ଼ ନିଜକୁ ଦାୟୀ କରି ଇସ୍ତଫା ଦେଇଥିବା କହିଛନ୍ତି। ସେ କହିଛନ୍ତି, “ସମସ୍ତେ ମୋତେ ପୂର୍ଣ୍ଣ ସମର୍ଥନ କରିବା ସହ ମୋ ପାଇଁ ଜୋରଦାର ପ୍ରଚାର କରିଥିଲେ। ହେଲେ ମୁଁ ମୋ ଆସନ ନିଜ ପାଖରେ ରଖିପାରିଲି ନାହିଁ। ଏଭଳି ଏକ ସ୍ଥିତିରେ ମୁଁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ କରିପାରିବି ନାହିଁ। ମୁଁ ଭାବୁଛି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ହିଁ ଠିକ୍ ହେବ।”
ଉଲ୍ଲେଖଯୋଗ୍ୟ, କଂଗ୍ରେସ ପଞ୍ଜାବର ୧୩ଟି ଲୋକସଭା ଆସନରୁ ୮ଟିରେ ଜିତିଛି।
ଶ୍ରୀ ଝାକଡ଼ଙ୍କ ପୂର୍ବରୁ ଝାରଖଣ୍ଡ କଂଗ୍ରେସ ମୁଖ୍ୟ ଡ.ଅଜୟ କୁମାର, ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର, ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଆସାମ ଓ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟମାନେ ମଧ୍ୟ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଇସ୍ତଫା ଦେଇ ସାରିଛନ୍ତି। ଏଥିସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ଘୋଷଣା କରିଛନ୍ତି।
from Odisha Reporter http://bit.ly/2wnTkCw
No comments:
Post a Comment