
କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ପୋଖରୀ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆକ୍ରୋଶ ରଖି ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଆଜି ସକାଳେ ଗାଁର କିଛି ବ୍ୟକ୍ତି ଜଣଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ। ଏହାପରେ ରାଜନୈତିକ ଆକ୍ରୋଶ ରଖି ଠେଙ୍ଗାରେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କ ସହ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ନିଆଳି ପୁଲିସ୍ ମୁତୟନ ରହିଛନ୍ତି।
from Odisha Reporter http://bit.ly/2HDBYrO
No comments:
Post a Comment