
ନୂଆଦିଲ୍ଲୀ: ବିଜେପି ଭୋପାଲ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେ ‘ଦେଶଭକ୍ତ’ କହିବା ନେଇ ମଧ୍ୟପ୍ରଦେଧଶ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିଶନ। ପୂର୍ବରୁ ବହୁବାର ଇସିଙ୍କ ନାଲିଆଖିର ସାମ୍ନା କରିସାରିଥିବା ସାଧ୍ୱୀଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏହି ରିପୋର୍ଟ ମାଗିଥିବା ଜଣାପଡ଼ିଛି।
ଅଭିନେତା କମଲ ହାସନ ପୂର୍ବରୁ ଗଡ୍ସେ ଭାରତର ପ୍ରଥମ ଆତଙ୍କବାଦୀ ଏବଂ ହିନ୍ଦୁ କହିବା ପରେ ପ୍ରତିକ୍ରିୟାରେ ସାଧ୍ୱୀ ବିବାଦୀୟ ମନ୍ତବ୍ୟ ଦେଇ ‘ଦେଶଭକ୍ତ’ ଆଖ୍ୟା ଦେଇଥିଲେ। ସେ କହିଥିଲେ, “ଗଡ୍ସେ ଦେଶଭକ୍ତ ଥିଲେ ଏବଂ ରହିବେ। ତାଙ୍କୁ ବିରଧ କରୁଥିବା ଲୋକେ ଆତ୍ମସମୀକ୍ଷା କରିବା ଦରକାର। ଆଗାମୀ ନିର୍ବାଚନରେ ସେମାନେ ଉଚିତ ଉତ୍ତର ପାଇଯିବେ।”
ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସୁଅ ଛୁଟିଥିଲା। ବଡ଼ ବଡ଼ ନେତାଙ୍କ ବ୍ୟତୀତ ସୋଶାଲ ମିଡିଆ ମଧ୍ୟ ମୁଖର ହୋଇଥିଲା। ଏହାପରେ ବିଜେପି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ସହ ସାଧ୍ୱୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ସାଧ୍ୱୀ କ୍ଷମା ମାଗିଥିବା ତାଙ୍କ ଦଳ ପକ୍ଷରୁ କୁହାଯାଇଛି। ତେବେ ସେ ଖୋଲାଖୋଲି କ୍ଷମା ମାଗିନଥିବାରୁ ସେ ନିଜ ମନ୍ତବ୍ୟ ନେଇ ଅଟଳ ଥିବା ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2WMbnh9
No comments:
Post a Comment