
ନୂଆଦିଲ୍ଲୀ: ପୁଣି ଧର୍ମ ଆଧାରରେ ମନ୍ତବ୍ୟ ଦେଇ ନିର୍ବାଚନ କମିଶନଙ୍କ ନଜରକୁ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏପ୍ରିଲ ୧୯ ତାରିଖରେ ଉତ୍ତର ପ୍ରଦେଶର ସମ୍ଭାଲରେ ନିର୍ବାଚନୀ ରାଲି କରିଥିଲେ ଯୋଗୀ । ଯେଉଁଥିରେ ସେ ‘ବାବର କି ଅଲାଦ’ ବା ବାବରଙ୍କ ଛୁଆ ବୋଲି ଏସପି ପ୍ରାର୍ଥୀଙ୍କୁ କହିଥିଲେ ବୋଲି ଇସି ଜାଣିବାକୁ ପାଇଛନ୍ତି । ଏହାପରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ୨୪ ଘଣ୍ଚା ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।
ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସମ୍ଭାଲ ଲୋକସଭା ଆସନ ପାଇଁ ପ୍ରଚାର କରିବା ବେଳେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଏସପି ପ୍ରାର୍ଥୀ ସଫିକ୍ୟୁର ରେହମାନ ବାର୍କ ମୋଗଲ ସମ୍ରାଟ୍ ବାବରଙ୍କ ଉତ୍ତରାଧିକାରୀ ବୋଲି ତାଙ୍କୁ କହିଥିଲେ ବୋଲି ଯୋଗୀ ଆଦିତ୍ୟନାଥ ଉଦବୋଧନ ଦେବା ବେଳେ କହିଥିଲେ।
ସେପଟେ ଏସପିର ଅନ୍ୟତମ ସହଯୋଗୀ ବହୁଜନ ସମାଜ ପାର୍ଟିର ମେଣ୍ଟକୁ ନେଇ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଥିଲେ ଯୋଗୀ। ଯାହାକି ଧର୍ମ ଉପରେ ବିବାଦୀୟ ବୟାନ ବୋଲି ନିର୍ବାଚନ କମିଶନ ହୃଦବୋଧ କରିଛନ୍ତି।
ପୂର୍ବରୁ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏପ୍ରିଲ ୫ ତାରିଖରେ ନିର୍ବାଚନ କମିଶନ ଯୋାଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ୭୨ ଘଣ୍ଟା ପାଇଁ ରୋକ ଲଗାଇଥିଲେ। ସେହିପରି ଦେଶର ଯବାନଙ୍କୁ ମୋଦିଙ୍କ ସେନା ଦେଇଥିବା ମନ୍ୟବ୍ୟରେ ଇସି ଯୋଗୀଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ।
from Odisha Reporter http://bit.ly/2H17srC
No comments:
Post a Comment