କୁସୁମ ଟେଟେଙ୍କ କ୍ରେଜ୍‌: ଯୋଗେଶ ସିଂହ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

କୁସୁମ ଟେଟେଙ୍କ କ୍ରେଜ୍‌: ଯୋଗେଶ ସିଂହ ଆଉଟ୍‌

bjp

ସୁନ୍ଦରଗଡ଼(ବିଜୟ ବରୁଆ): କଂଗ୍ରେସର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜିମାତ୍ କରିଛି ବିଜେପି। ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କୁସୁମ ଟେଟେ ୭ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ପୂର୍ବତନ ବିଧାୟକ ତଥା କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଯୋଗେଶ ସିଂହଙ୍କୁ ସେ ପରାସ୍ତ କରିଛନ୍ତି।

ଜିତିବା ପରେ କୁସୁମ ଟେଟେ କହିଛନ୍ତି,“ଏହି  ବିଜୟର ଶ୍ରେୟ ମୁଁ ସୁନ୍ଦରଗଡ଼ବାସୀଙ୍କୁ ଦେବି। ଏହା ସେମାନଙ୍କର ବିଜୟ। ସେମାନଙ୍କ ମୂଲ୍ୟବାନ ଭୋଟ୍‌ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି। ଆଉ ସେମାନେ ବିଶ୍ୱାସ କରିଛନ୍ତି ଯେ, ଆଗାମୀ ଦିନରେ ବହୁତ ଭଲ ଭାବରେ ସୁନ୍ଦରଗଡ଼ର ଉନ୍ନତି ହେବ। ଆମର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ନେତୃମଣ୍ଡଳୀ, ଯୁବକ ସଂଘ ଓ ମହିଳା ସଂଘ ସମସ୍ତଙ୍କ ଚେଷ୍ଟା ଯୋଗୁ ଏହି ବିଜୟ ହୋଇଛି। ତେଣୁ ମୁଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି।”

ସେ ଆହୁରି କହିଛନ୍ତି,“ଆମେ ସୁନ୍ଦରଗଡ଼ ବିକାଶ ନିହାତି କରିବୁ। ଏଠାରେ ଲୋକେ ପାଣି ପାଇଁ ହଇରାଣ ହେଉଛନ୍ତି। ସେଥିପ୍ରତି ଗୁରୁତ୍ୱ ଦେବୁ। ଏହାସହ ଯାହା କିଛି ଅସବୁଧା ରହିଛି ତାହା କେମିତି ପୂରଣ ହୋଇ ପାରିବ ତାହା ଆମେ ଚେଷ୍ଟା କରିବୁ।”

 



from Odisha Reporter http://bit.ly/2HS7npf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages