ଭାରତ ଜିତିଲା ବୋଲି କହିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଭାରତ ଜିତିଲା ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ। ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି। ଏହି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଟ୍ୱିଟ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି,“ ଏହା ଭାରତର ବିଜୟ। ଭାରତ ପୁଣିଥରେ ଜିତିଛି। ଆମେ ଏକାଠି ବଢ଼ିଲେ। ଆମେ ଏକାଠି ଯୋଜନା କଲେ। ଆମେ ଏକାଠି ଏକ ଶକ୍ତିଶାଳୀ ଭାରତ ଗଠନ କଲେ।”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ଏହି ବିଜୟ ଦେଶବାସୀଙ୍କ ବିଜୟ। ଏହି ବିଜୟ ଦେଶର ଗରିବ, ଯୁବକ ଓ କୃଷକଙ୍କ ବିଜୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିଥିବା ବିଶ୍ୱାସର ବିଜୟ ହୋଇଛି। ମୁଁ ମୋଦିଙ୍କୁ ବିଜେପି କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଉଛି।”



from Odisha Reporter http://bit.ly/2EDqQt9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages