
ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବା ପରେ ବିଦାୟୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଲଣ୍ଡନ ଯାଇ ପାରନ୍ତି। ତେବେ ଏ ନେଇ ଜେଟଲୀ କିମ୍ୱା ତାଙ୍କ ଅଫିସ ପରିସରରୁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଖବର ସରବାରହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଜୁନ ପ୍ରଥମ ସପ୍ତାହରେ ଲଣ୍ଡନରେ ପାରିବାରିକ କାର୍ଯ୍ୟକ୍ରମ ରହିଥିବାରୁ ଜେଟଲୀ ଲଣ୍ଡନ ଯିବେ ବୋଲି ତାଙ୍କର ଜଣେ ନିକଟତମ ସହଯୋଗୀ ନାମ ଗୋପନ ରଖି ଏହା କହିଛନ୍ତି। ସେ ଲଣ୍ଡନରୁ ଚିକିତ୍ସିତ ହେଉଥିବାରୁ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଚିକିତ୍ସା କରାଇବା ପାଇଁ ଯାଉଥିବା ଆଲୋଚନା ହେଉଛି।
ଅସୁସ୍ଥତା କାରଣରୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ଆଉ ଅରୁଣ ଜେଟଲୀଙ୍କୁ ମିଳିବ ନାହିଁ ବୋଲି ସୂଚନା ରହିଛି। ସେ ନିଜେ ମଧ୍ୟ ଏହି ମନ୍ତ୍ରଣାଳୟକୁ ନେବା ପାଇିଁ ଇଛା ପ୍ରକାଶ କରୁନଥିବା ଜଣାପଡିଛି।
ଏନଡିଏ ୧ ସରକାରରେ ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭଳି ଦାୟିତ୍ୱ ତୁଲାଇଥିଲେ ଅରୁଣ ଜେଟଲୀ।
ଅସୁସ୍ଥତା କାରଣରୁ ଜେଟଲୀ ଚଳିତଥର ନିର୍ବାଚନ ଲଢ଼ିନଥିଲେ। ଏହାରି ଭିତରେ ତିନି ସପ୍ତାହ ହେଲା ଜେଟଲୀ ନିଜ କାର୍ଯ୍ୟାଳୟକୁ ଆସୁନଥିବା ଜଣାପଡ଼ିଛି। ତେବେ ଗତକାଲି ସେ ଅର୍ଥମନ୍ତ୍ରଣାଳୟ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଅଫିସରଙ୍କ ବୈଠକ କରିଥିଲେ ବୋଲି ସୂଚନା ରହିଛି
from Odisha Reporter http://bit.ly/2EydrCi
No comments:
Post a Comment