ଚେହେରାର ହସ କହୁଛି, ସାହସ ଥିଲେ ଦୁନିଆରେ ସବୁ ସମ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଚେହେରାର ହସ କହୁଛି, ସାହସ ଥିଲେ ଦୁନିଆରେ ସବୁ ସମ୍ଭବ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛି ଦିନ ପୂର୍ବରୁ କ୍ୟାନସର ସହ ଲଢ଼ି ଭାରତ ଆସିବାର ଆପଣ ଜାଣିଥିବେ। ସେ ସାହସର ସହ ଲଢ଼ି ଏହି ରୋଗ କବଳରୁ ନିଜକୁ ରକ୍ଷା କରିପାରିଛନ୍ତି। ଏବେ ଏବେ ସୋନାଲିଙ୍କ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସୋନାଲିଙ୍କ ମୁହଁରେ ବଢ଼ିଆ ହସ ଦେଖିବାକୁ ମିଳିଛି। ଏହି ଫଟୋ ଦେଖି କେହି କହିବେ ନାହିଁ ଯେ, ସେ କ୍ୟାନସର ସହ ଲଢ଼ି ଫେରିଛନ୍ତି ବୋଲି।

ମୁମ୍ବାଇର ଏକ ସାଲୋନ୍‌ରୁ ବାହାରକୁ ବାହାରିଲା ବେଳେ ଏହି ଫଟୋ ଉଠାଯାଇଛି। ଫଟୋରେ ସୋନାଲି ବ୍ଲୁ ରଙ୍ଗର ଟି-ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି। ଫଟୋରେ ତାଙ୍କର ହସ ହସ ଚେହେରା ଅନ୍ୟ ରୋଗୀଙ୍କ ପାଇଁ ଏକ ଉଦାହାରଣ ସୃଷ୍ଟି କରିଛି ବୋଲି କହିଲେ ଭୁଲ୍‌ ହେବ ନାହିଁ।

ସେ ଏହି ଗମ୍ଭୀର ରୋଗରୁ ମୁକ୍ତି ପାଇଛନ୍ତି। ଆଉ ଅନ୍ୟମାନଙ୍କୁ ଏହି ରୋଗ ସହ ଲଢ଼ିବା ସହ ଜୟ ଲାଭ କରି ପୁଣି ଥରେ ମୁହଁରେ ଏହିଭଳି ହସ ଆଣିବାକୁ ଏଠାରେ ସୂଚାଇ ଦେଉଛନ୍ତି। ଏବଂ ଫଟୋରେ ସେ ବହୁତ ସକରାତ୍ମକ ଭାବ ମଧ୍ୟ ରଖିଥିବା ଦେଖାଯାଉଛନ୍ତି।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହଁଛୁ ଯେ, ସୋନାଲି କିଛି ମାସ ପୂର୍ବରୁ କ୍ୟାନସରରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ସେହି କଠିନ ସମୟରେ ମଧ୍ୟ ସେ ନିଜ ଫ୍ୟାନ୍‌ ମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ସୂଚନା ଦେଇ ଆସିବା ସହ ସୋଶାଲ୍‌ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍‌ ଥିଲେ।



from Odisha Reporter http://bit.ly/2wm9KLs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages