
ଦୁବାଇ: ନିଜ କ୍ୟାରିୟରର ଅନ୍ତିମ ବିଶ୍ୱକପ୍ ଖେଳିବାକୁ ପ୍ରସ୍ତୁତ ହେଉଥିବା ୱେଷ୍ଟଇଣ୍ଡିଜ୍ ଟିମ୍ର ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ କ୍ରିସ୍ ଗେଲ୍ଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଇଣ୍ଡିଜ୍ ଟିମ୍ର ଉପଅଧିନାୟକ ଭାବେ ନିଯୁକ୍ତି ମିଳିଛି। ସେ ବିଶ୍ୱକପ୍ରେ ଇଣ୍ଡିଜ ଟିମ୍ର ଉପଅଧିନାୟକ ଦାୟିତ୍ୱ ନିର୍ବାହ କରିବେ।
୩୯ ବର୍ଷୀୟ ଗେଲ୍ ମେ’ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍ ପରେ ଗେଲ୍ ଦିନିକିଆରୁ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ଆଜିର ନୂଆ ନିଯୁକ୍ତି ପରେ ଗେଲ୍ ଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି। ମେ’ ୩୧ରେ ଇଣ୍ଡିଜ୍ ଟିମ୍ ପାକିସ୍ତାନ ବିପକ୍ଷରେ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଏହାପୂର୍ବରୁ ୨୬ ଓ ୨୮ ତାରିଖରେ ଦଳ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ।
from Odisha Reporter http://bit.ly/2VMuZVo
No comments:
Post a Comment