୧୬ ଘଣ୍ଟାର ଧ୍ୟାନ ପରେ ବଦ୍ରିନାଥରେ ମୋଦିଙ୍କ ପୂଜାର୍ଚ୍ଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

୧୬ ଘଣ୍ଟାର ଧ୍ୟାନ ପରେ ବଦ୍ରିନାଥରେ ମୋଦିଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: କେଦାରନାଥର ଅତ୍ୟାଧୁନିକ ଗୁମ୍ଫାରେ ଦୀର୍ଘ ୧୬ ଘଣ୍ଟା ଧରି ଧ୍ୟାନରେ ବସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ରିନାଥ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ତେବେ ମୋଦିଙ୍କୁ ଦେଖିବା ପାଇଁ ଆଜି ବଦ୍ରିନାଥ ମନ୍ଦିରର ଗେଟ୍‌ ସାମ୍ନାରେ ବିପୁଳ ଜନସମାଗମ ହୋଇଥିଲା। ସେମାନଙ୍କୁ ହାତ ହଲାଇ ମୋଦି ଶୁଭେଚ୍ଛା ଜଣାଇବା ପରେ ମନ୍ଦିର ପାଖକୁ ଯାଇଥିଲେ।

ସେଠାରେ ମନ୍ଦିରର ପୂଜକ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ସମୁଦ୍ର ପତ୍ତନର ୧୦ ହଜାର ଫୁଟ୍‌ ଉଚ୍ଚତାରେ ଥିବା ବଦ୍ରିନାଥ ମନ୍ଦିର ସାମ୍ନାରେ ମୋଦି ଧଳା ରଙ୍ଗର କୁର୍ତ୍ତା ଓ ନୀଳ ରଙ୍ଗର ଜ୍ୟାକେଟ୍‌ ପିନ୍ଧି ସମସ୍ତଙ୍କୁ ନମସ୍କାର କରିଥିଲେ। ଏହାପରେ ସେ ମନ୍ଦିରର ଗର୍ଭଗୃହ ମଧ୍ୟକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

ଦୀର୍ଘ ୫୦ ଦିନ ଧରି ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ମୋଦି ଗତକାଲି ସକାଳେ କେଦାରନାଥରେ ପହଞ୍ଚିଥିଲେ। ଏଠାରେ ସେ ପୂଜା କରିବା ପରେ ମନ୍ଦିର ଠାରୁ ଦେଢ଼ କିମି ଦୂରରେ ନିର୍ମାଣ କରାଯାଇଥିବା ଏକ ଅତ୍ୟାଧୁନିକ ଗୁମ୍ଫାରେ ମୋଦି ୧୬ ଘଣ୍ଟା ଧାରି ଧ୍ୟାନରେ ବସିଥିଲେ। ଏହି ଗୁମ୍ଫାରେ ଅତ୍ୟାଧୁନିକ ଶୌଚାଳୟ ଠାରୁ ଆରମ୍ଭ କରି ୱାଇଫାଇ ବ୍ୟବସ୍ଥା ରହିଛି।

ଆଜି ଧ୍ୟାନରୁ ଉଠିବା ପରେ ମୋଦି ସିଧା ବଦ୍ରିନାଥଙ୍କ ଦର୍ଶନରେ ବହାରିଥିଲେ। କେଦାରନାଥ ଗସ୍ତ ପୂର୍ବରୁ ପିଏମଓ ନିର୍ବାଚନ କମିଶନଙ୍କ ଅନୁମତି ଲୋଡ଼ିଥଲା। ଏହାକୁ ନିର୍ବାଚନ କମିଶନ ଅନୁମତି ଦେଇଥିବାରୁ ମୋଦି ଆଜି ଇସିଙ୍କୁ ଧନ୍ୟବାଦ ଦେଇଛନ୍ତି।



from Odisha Reporter http://bit.ly/2JutCEM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages