ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲଗାତାର ପଞ୍ଚମଥର ପାଇଁ ରାଜ୍ୟରେ ବିଜେଡି ଶାସନଭାର ସମ୍ଭାଳି ଥିବା ବେଳେ ଆଜି ପଞ୍ଚମଥର ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଟିତ ଏହି ଶପଥ ସମାରୋହରେ ରାଜ୍ୟପାଳ ଗଣେଶୀଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ନବୀନଙ୍କ ସହ ୨୦ ଜଣିଆ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।
ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ଆରୁଖ ପ୍ରଫୁଲ୍ଲ ମଲିକ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା,ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ନବ ଦାସ ଓ ଟୁକୁନି ସାହୁ ଶପଥ ନେଇଛନ୍ତି।
ସେହିପରି ରାଷ୍ଟ୍ର ପାହ୍ୟା ଭାବେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାଏକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ର ପାହ୍ୟା ଭାବେ ଶପଥ ନେଇଛନ୍ତି।
from Odisha Reporter http://bit.ly/2I9CzAf
No comments:
Post a Comment