ଶୋଇବା ପୂର୍ବରୁ ଏହି ୬ ଟିପ୍ସ ଭୁଲନ୍ତୁ ନାହିଁ, ପାଇବେ ଚମକଦାର ତ୍ୱଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଶୋଇବା ପୂର୍ବରୁ ଏହି ୬ ଟିପ୍ସ ଭୁଲନ୍ତୁ ନାହିଁ, ପାଇବେ ଚମକଦାର ତ୍ୱଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳୁଥିବା ଋତୁର ପ୍ରଭାବ ଆମ ତ୍ୱଚା ଉପରେ ପଡିଥାଏ ଓ ଏହା ଆମ ନମନୀୟତାକୁ ହଜାଇ ଦେଇଥାଏ। ଫଳରେ ସୁନ୍ଦର ଚେହେରା ସମସ୍ତଙ୍କ ସ୍ୱପ୍ନ ପାଲଟିଯାଏ। କିନ୍ତୁ କେବଳ ଚାହିଁଦେଲେ କିଛି ସୁଫଳ ମିଳିବ ନାହିଁ। ଏଥିଲାଗି ଆପଣଙ୍କୁ  ପରିଶ୍ରମ ମଧ୍ୟ  କରିବାକୁ ପଡିବ। କାରଣ ତ୍ୱଚାର ଯତ୍ନ ନେବା ଆମ କର୍ତ୍ତବ୍ୟ।

ଯଦି ଆପଣ ଦିନ ସାରା ଧାଁଦୌଡ କରୁଛନ୍ତି ଓ ନିଜ ପାଇ ସମୟ ମିଳୁ ନାହିଁ, ତା ହେଲେ ଶୋଇବା ପୂର୍ବରୁ ଏହି ୫ଟି କାମ କରିବାକୁ ଭୁଲନ୍ତୁ ନାହିଁ ।ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଆପଣ ପାଇପାରିବେ ଚମକଦାର ତ୍ୱଚା। ।,

 ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଜରୁରୀ। ଏହାଦ୍ୱାରା ଦିନ ସାରା ଆପଣଙ୍କ ଶରୀରରେ ଜମି ରହିଥିବା ମଇଳା ଓ ଦୁର୍ଗନ୍ଧ ଦୂର ହୋଇଯିବ। ଆପଣ ଚାହିଁଲେ ଗାଧୋଇବା ପାଣିରେ ଅଧ ଘଣ୍ଟା ପୂର୍ବରୁ ନିମ୍ବ ପତ୍ର କିମ୍ୱା ଗୋଲାପ ପାଖୁଡା ପକାଇ ପାରିବେ। ଏହି ପାଣିରେ ଗାଧୋଇବା ଦ୍ୱାରା ଆପଣ ଫ୍ରେଶ୍‌ ଅନୁଭବ କରିବେ।

ଶୋଇବା ପୂର୍ବରୁ ହଳଦି କ୍ଷୀର ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତ ସଫା କରି ଦେଇଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ସ୍କିନ୍‌ରେ ଗ୍ଲୋ ଆସିଥାଏ।

ପୁରା ଦିନ ଆମ ମସ୍ତିଷ୍କ ସହ ଆଖି ମଧ୍ୟ କାମ କରି କରି ଥକି ଯାଇଥାଏ। ଆଖିକୁ ଠିକ୍‌ ରଖିବା ପାଇଁ ଏକ ଭଲ ଆଇକ୍ରିମ ରଖନ୍ତୁ। ଶୋଇବା ପୂର୍ବରୁ ଆଖି ଚାରି ପାଖେ ଏହାକୁ ମସାଜ କରନ୍ତୁ।

ଶୋଇବା ପୂର୍ବରୁ ଦାନ୍ତକୁ ମଧ୍ୟ ସଫା କରିବାକୁ ଭୁଲନ୍ତୁ ନାହିଁ। ଏଥିଲାଗି ରାତିରେ ଖାଇବା ପରେ ବ୍ରଶ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହା ନ କଲେ ଦାନ୍ତକୁ ଜୀବାଣୁ ସଂକ୍ରମଣ କରି ଦେଇଥାନ୍ତି। ଏବଂ ଦାନ୍ତ ଖରାପ ହୋଇଯାଇଥାଏ। ତେଣୁ ଶୋଇବା ପୂର୍ବରୁ ଦାନ୍ତ ବ୍ରଶ୍‌ କରିବାକୁ ଭୁଲନ୍ତୁ ନାହିଁ।

 ଶୋଇବା ପୂର୍ବରୁ ମୁଣ୍ଡ କୁଣ୍ଡାଇବା ଠିକ୍‌ ନୁହେଁ ବୋଲି କୁହାଯାଏ।  କିନ୍ତୁ ଏହା ନ କଲେ ସକାଳୁ ଅଧିକ କେଶ ଝଡିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ କେଶ କୁଣ୍ଡାଇ ଶୋଇବାକୁ ଭୁଲନ୍ତୁ ନାହିଁ।

 

ସେହିପରି ଶୋଇବା ପୂର୍ବରୁ ଶରୀରରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ଏହାଦ୍ୱାରା ସକାଳକୁ ଆପଣଙ୍କ ବଡି ସଫ୍ଟ ଲାଗିବ। ନଚେତ ଚର୍ମ ଶୁଷ୍କ ହେବା ପରି ଲାଗିବ।



from Odisha Reporter http://bit.ly/2MfC0dM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages