ଥମୁନି ରାଜନୀତିକ ହିଂସା, ତ୍ରିପୁରାରେ ଦୁଇ ରାତିରେ ଗଲାଣି ଦୁଇ ବିଜେପି ସମର୍ଥକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଥମୁନି ରାଜନୀତିକ ହିଂସା, ତ୍ରିପୁରାରେ ଦୁଇ ରାତିରେ ଗଲାଣି ଦୁଇ ବିଜେପି ସମର୍ଥକଙ୍କ ଜୀବନ

ଅଗରତାଲା: ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଛି ଜନାଦେଶ। ହେଲେ ଫଳାଫଳ ଘୋଷଣା ପରେ ସବୁଠୁ ଅଧିକ ରାଜନୀତିକ ଆକ୍ରୋଶର ଶୀକାର ବିଜେପି କର୍ମୀ ହୋଇଥିବା ଦେଖିବାକୁ ମିଳିଛି। ଗତ ୩ ଦିନରେ ୩ଟି ରାଜ୍ୟରେ ୪ ବିଜେପି କର୍ମୀ ହତ୍ୟାର ଶୀକାର ହୋଇଥିବା ବେଳେ ୨୫ରୁ ଅଧିକ ବିଜେପି କର୍ମୀ ଆକ୍ରମଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି।

ଶନିବାର ରାତିରେ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାରେ ଶିବୁ ଦାଶ ନାମକ ଜଣେ ବିଜେପି କର୍ମୀ ହତ୍ୟାର ଶୀକାର ହୋଇଛନ୍ତି। ଏ ନେଇ ତ୍ରିପୁରାର ଶାସକ ଦଳ ବିଜେପି ବିରୋଧୀ ସିପିଆଇ(ଏମ)କୁ ଦାୟୀ କରିଛି। ଏବଂ କଂଗ୍ରେସ ମଧ୍ୟ ଭିତିରିଆ ଭାବରେ ଏହି ହତ୍ୟାକାଣ୍ଡରୁ ଉସକାଉଥିବା ତ୍ରିପୁରା ବିଜେପି ମୁଖପାତ୍ର ନବେନ୍ଦୁ ଭଟ୍ଟଚାର୍ଯ୍ୟ କହିଛନ୍ତି। ସେହିପରି ଶୁକ୍ରବାର ରାତିରେ ସମାନ ଜିଲ୍ଲାରେ ବିଜୁ ଭୌମିକ ନାମକ ଜଣେ ବିଜେପି ସମର୍ଥକ ହତ୍ୟାର ଶୀକାର ହୋଇଛନ୍ତି ଏବଂ ତିନି ଦିନ ମଧ୍ୟରେ ତ୍ରିପୁରାର ୨୫ରୁ ଅଧିକ ବିଜେପି କର୍ମୀ ଓ ସମର୍ଥକ ଆକ୍ରମଣର ଶୀକାର ହୋଇଛନ୍ତି ବୋଲି ନବେନ୍ଦୁ କହିଛନ୍ତି। ପୋଲିସ ଏହି ଦୁଇଟି ଘଟଣାରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ତେବେ ବିଜେପିର ଏଭଳି ଅଭିଯୋଗକୁ ସିପିଆଇ(ଏମ୍) ଖଣ୍ଡନ କରିଛି । ଓଲଟି ବିଜେପି କର୍ମୀ ତାଙ୍କ ଦଳର କର୍ମୀ ଓ ସମର୍ଥକଙ୍କୁ ଆକ୍ରମଣ କରୁଥିବା ସିପିଆଇ(ଏମ୍) ଦଳ ପକ୍ଷରୁ କୁହାଯାଇଛି।

ସେହିପରି ଗତକାଲି ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନରେ ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ସହଯୋଗୀ ସୁରେନ୍ଦ୍ର ସିଂହ ହତ୍ୟାର ଶୀକାର ହୋଇଥିବା ବେଳେ ୨୫ ତାରିଖ ଦିନ ପଶ୍ଚିମବଙ୍ଗରେ ଜଣେ ବିଜେପି କର୍ମୀ ହତ୍ୟାର ଶୀକାର ହୋଇଛନ୍ତି।



from Odisha Reporter http://bit.ly/2EBtIGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages