ଏକ୍‌ଜିଟ୍ ପୋଲ୍‌ ପ୍ରଭାବ: ପୁଞ୍ଜି ବଜାରରେ ବଢ଼ିଲା ଉତ୍ସାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକ୍‌ଜିଟ୍ ପୋଲ୍‌ ପ୍ରଭାବ: ପୁଞ୍ଜି ବଜାରରେ ବଢ଼ିଲା ଉତ୍ସାହ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଏବେର ରାଜନୀତି ପରିବା ବଜାରଠୁ ଆରମ୍ଭ କରି ପୁଞ୍ଜି ବଜାର ପର୍ଯ୍ୟନ୍ତ ସବୁ କଥାକୁ ପ୍ରଭାବିତ କରୁଛି। ଯେତେବେଳେ ଗତ କାଲି ଏକାଧିକ ସଂସ୍ଥାର ଏକଜିଟ ପୋଲ ଆକଳନରେ ଭାରତରେ ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ଦଳ ପୁଣି ଥରେ ସରକାର ଗଠନ କରିବ ବୋଲି ଜଣାପଡ଼ିଲା, ତାହାର ପ୍ରଭାବ ପୁଞ୍ଜି ବଜାରରେ ହଠାତ୍ ଦେଖିବାକୁ ମିଳିଲା।

ଆଜି ସୋମବାର ପୁଞ୍ଜି ବଜାରରେ କାରବାର ଆରମ୍ଭ ହେବା ପରଠାରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।  ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ସେନ୍‌ସେକ୍ସରେ ଆଜି ଦିନ ୧୦ ଟା ୫୦ ବେଳକୁ ୯୧୩ ପଏଣ୍ଟ୍ ବୃଦ୍ଧି ପାଇ ଏହାର ମୂଲ୍ୟ ୨.୪% ବଢ଼ିଥିବା ବେଳେ କାରବାର ଶେଷ ବେଳକୁ ଏହା ୧୪୨୧.୯୦ ପଏଣ୍ଟ୍ ବୃଦ୍ଧି ପାଇଥିଲା। ଫଳରେ ଏହା ଆଜି ୩୯,୩୫୨.୬୭ ରେ ପହଞ୍ଚିଛି।

ସୂଚନା ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ), ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟାଟା ମୋଟର୍ସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଲାରସନ୍ ଆଣ୍ଡ୍‌ ଟର୍ବୋ ଆଦି କମ୍ପାନୀ ସବୁଠାରୁ ଅଧିକ ସକ୍ରିୟ ଥିବା ଜଣାପଡ଼ିଛି ।

ସେହିଭଳି ଦିଲ୍ଲୀ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି କାରବାର ଆରମ୍ଭରେ ୨୬୩ ପଏଣ୍ଟ୍ ବୃଦ୍ଧି ପାଇ ୧୧,୬୭୧ ପଏଣ୍ଟରେ କାରବାର କରୁଥିଲା। ପରେ ଏହା ୧୧, ୮୦୦ ପଏଣ୍ଟ୍ ପର୍ଯ୍ୟନ୍ତ ଅଭିବୃଦ୍ଧି ହାସଲ କରିଥିଲା।



from Odisha Reporter http://bit.ly/2HsPzSA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages