ସୋମବାର ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ସୋମବାର ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନରେ ବିଜେଡିକୁ ଜବରଦସ୍ତ ସଫଳତା ମିଳିଛି। ଆଉ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଠାକୁ ସମସ୍ତ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଡକା ଯାଇଛି। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ।

ବିଜେଡି ଏଥର ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପି ୨୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୮ଟି ଆସନ ପାଇଛି। ଦୁଇଟି ଆସନ ଅନ୍ୟାନ୍ୟ ଦଳକୁ ଯାଇଛି।

ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଅଧିକ ଆସନ ପାଇଛି। ୨୧ଟି ଲୋକସଭା ଆସନରୁ ବିଜେଡି ୧୨ଟିରେ ଜିତିଥିବା ବେଳେ ବିଜେପି ୮ଟି ଆସନ ପାଇଛି। କଂଗ୍ରେସ ଗୋଟିଏ ଆସନରେ ଜିତିଛି।



from Odisha Reporter http://bit.ly/2Ew0Hfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages