ନିମନ୍ତ୍ରଣ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଆସିଲେନି ଏହି ଟପ୍‌ ସେଲିବ୍ରିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 31, 2019

ନିମନ୍ତ୍ରଣ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଆସିଲେନି ଏହି ଟପ୍‌ ସେଲିବ୍ରିଟି

ମୁମ୍ୱାଇ: ସ୍ପଷ୍ଟ ବହୁମତ ହାସଲ କରି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଦେଶବିଦେଶରୁ ୮ ହଜାର ହାଇ ପ୍ରୋଫାଇଲ୍‌ ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ବହୁ କଳାକାର, ନିର୍ଦ୍ଦେଶକ ମଧ୍ୟ ସାମିଲ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ସୁ ସମ୍ପର୍କ ଥିବା ଅକ୍ଷୟ କୁମାର ଓ ୩ ଖାନଙ୍କୁ ଦେଖିବାକୁ ମିଳି ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ଯାଇଥିବା ସତ୍ତ୍ୱେ ବଲିଉଡର ଏହି ଟପ୍‌ ସେଲିବ୍ରିଟି ସମାରୋହରେ ସାମିଲ ହୋଇ ନ ଥିଲେ। ଏହାର କାରଣ କ’ଣ ଜାଣିବାକୁ ସମସ୍ଥଙ୍କ ମନରେ ଦେଖା ଦେଇଛି ଉତ୍ସୁକତା।

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବଲିଉଡ଼ର କରନ ଜୋହର, ଶାହିଦ କପୁର, ମିରା କପୁର, ଅଭିଷେକ କପୁର, ବୋମନ ଇରାନୀ, ଦିବ୍ୟା କୁମାର ଖୋସଲା, ଅନିଲ କପୁର  ପ୍ରମୁଖ ନଜର ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଣରାଜନୈତିକ ସାକ୍ଷାତକାର ନେଇ ଚର୍ଚ୍ଚାକୁ ଆସିଥିବା ଅକ୍ଷୟ କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅକ୍ଷୟ ଏବେ ନିଜ ଫ୍ୟାମିଲି ସହ ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଆକ୍ସନ ସିନ୍‌ ଶୁଟ୍‌ ମଧ୍ୟ କରିବେ ବୋଲି ଜଣାଯାଇଛି। ଫଳରେ ସେ ଏହି ସମାରୋହରେ ଉପସ୍ଥିତ ରହି ପାରି ନଥିଲେ।

ପିଏମ୍‌ ମୋଦି ଓ ଦବଙ୍ଗ ଖାନ ସଲମାନ ସାଙ୍ଗ ହୋଇ ଗୁଡି ଉଡାଇ ସାରିଥିଲେ ମଧ୍ୟ ସଲମାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିବାର କାରଣ ଫିଲ୍ମ ପ୍ରମୋଶନ କୁହାଯାଉଛି।  ଆସନ୍ତା ୫ ତାରିଖରେ ରିଲିଜ ହେବାକୁ ଥିବା ‘ଭାରତ’ ଫିଲ୍ମର ପ୍ରମୋଶନ ଲାଗି ସଲମାନ ଏବେ ଦିନରାତି ଏକ କରି ଦେଇଥିବାରୁ ସେ ଏଠାରେ ଉପସ୍ଥିତ ରହି ପାରି ନ ଥିଲେ।

ବଲିଉଡର ବାଦଶାହା ଶାହାରୁଖ ଖାନ ଏଠାରେ ନ ପହଞ୍ଚିବା କାରଣ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ଏକ ଶୋର ଶୁଟିଂ ହୋଇଥିବା ବେଳେ ଅମିର ନିଜ ଫାଉଣ୍ଡେଶନ ‘ପାଣି ’ ଲାଗି ବ୍ୟସ୍ତ ଥିବାରୁ ଏଠାରେ ପହଞ୍ଚି ପାରିନଥିଲେ।



from Odisha Reporter http://bit.ly/2QDTVcm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages