
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମକାଳୀନ ବାତ୍ୟା ଫୋନି ମାଡ଼ରେ ଯେ, ଭୁବନେଶ୍ୱରର ଘରଦ୍ୱାର, କୋଠାବାଡ଼ି ଭାଙ୍ଗିରୁଜିଯାଇଛି ତାହା ନୁହଁ । ରାଜଧାନୀବାସୀଙ୍କ ପାଇଁ ଉଦ୍ଧିଷ୍ଟ ୪ଟି ପ୍ରମୁଖ ପାର୍କରେ ବି ଫୋନି ରଚିଛି ଧ୍ୱଂସ୍ତର ତାଣ୍ଡବଲୀଳା । ଜୟଦେବ ବାଟିକା ହେଉ କି ଫରେଷ୍ଟ ପାର୍କ, ଆଇଜି ପାର୍କ ହେଉ କି ଏକାମ୍ରକାନନ।
ସବୁଠି ଛିନଛତ୍ର ଅବସ୍ଥା। କୋଟି କୋଟି ଟଙ୍କାର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି ଏସବୁ ପାର୍କରେ। ପରିଣାମ ସ୍ୱରୁପ ଅଧିକାଂଶ ପାର୍କକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବାବେଳେ ରାଜସ୍ୱ ଆଦାୟରେ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି। ତେବେ ଏହାର ପୁନରୁଦ୍ଧାର ପାଇଁ ହୁଏତ ଆହୁରି ୬ରୁ ୭ ମାସ ଲାଗିଯିବ । ତେଣୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ବନ୍ଦ କରିଦିଆଯାଇଛି। ଫଳରେ ଗତବର୍ଷ ପ୍ରାୟ ୨ କୋଟି ଟଙ୍କା ଆୟ କରିଥିବା ଜୟଦେବ ବାଟିକା ଏଥର ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ସେହିପରି ଫରେଷ୍ଟ ପାର୍କର ଅବସ୍ଥା ବି ତଦୃପ । ଖେଳକୁଦ, ମର୍ଣ୍ଣିୱାକ୍ ଏବଂ ଚିତ୍ତ ବିନୋଦନ ପାଇଁ ଉଦ୍ଧିଷ୍ଟ ଏହି ପାର୍କର ବଦଳିଯାଇଛି କାୟାକଳ୍ପ। ଧରାଶାୟୀ ହୋଇ ଟ୍ରାକ୍ ଉପରେ ପଡ଼ିଛି ଗଛଲତା ।
ପିଲାଙ୍କ ଖେଳକୁଦ ସରଞ୍ଜାମ ଭାଙ୍ଗିଯାଇଛି। ଆକର୍ଷଣୀୟ ମୂର୍ତ୍ତି ଗୁଡ଼ିକ ବି ଟଳିପଡ଼ିଛି ଫୋନି ମାଡ଼ରେ । ଐତିହାସିକ ତଥା ରାଜ୍ୟବାସୀଙ୍କ ପାଇଁ ବହୁ ପରିଚିତ ଇନ୍ଦିରାଗାନ୍ଧି ପାର୍କ ବି ବାଦ୍ ପଡ଼ିନି ଫୋନିର କରାଳରୂପରେ । ଏଠି ବି ଧ୍ୱଂସର ତାଣ୍ଡବ। ଏଠି ବି ଚତୁର୍ଦ୍ଦିଗରେ ଉଜୁଡା ଚିତ୍ର । ଗ୍ରୀଷ୍ମ ଆଉ ଗୁଳୁଗୁଳିରୁ ତ୍ରାହି ପାଇଁ ଶୀତଳ ହାୱାର ସ୍ପର୍ଶ ଦେଉଥିବା ଆଇଜି ପାର୍କ ବି ଛାରଖାର୍ ହୋଇଛି।
from Odisha Reporter http://bit.ly/2DTfsJ5
No comments:
Post a Comment