
ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗାଡ଼ି ପୂଜା କଲା ବେଳେ ଜଣେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି। ସେ ଯେଉଁ ଗାଡ଼ିକୁ ପୂଜା କରୁଥିଲେ, ସେହି ଗାଡ଼ି ହିଁ ତାଙ୍କ ଉପରେ ମାଡ଼ିଗଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଡୁର୍କାଯୋଡ଼ି ଗାଁରେ।
ମୃତ ପୂଜକଙ୍କ ନାଁ ଚତୁର୍ଭୁଜ ମହାନ୍ତି। ତାଙ୍କ ଘର ନେତାଲଗନ୍ଧି ଗାଁରେ।
ତ୍ରିନାଥ ପୂଜାରୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ତଳେ ଏକ ନୂଆ ପିକ୍ ଅପ୍ ଭ୍ୟାନ୍ କିଣିଥିଲେ। ସେ ଗାଡ଼ିଟିକୁ ଡୁର୍କାଯୋଡ଼ି ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରଖିଥିଲେ। ଗତକାଲି ପୂର୍ବାହ୍ଣରେ ଶୁଭବେଳାରେ ଗାଡ଼ି ପୂଜା ପାଇଁ ଚତୁର୍ଭୁଜ ମହାନ୍ତିଙ୍କୁ ଡକାଯାଇଥିଲା।
ପୂଜାପାଠ ସରିବା ପରେ ଗାଡ଼ିର ୪ ଚକା ତଳେ ପୂଜକ ୪ଟି ଲେମ୍ୱୁ ରଖି ଗାଡ଼ି ଚଲାଇବାକୁ କହିଥିଲେ। ତେବେ ଗାଡ଼ି ଷ୍ଟାର୍ଟ ହେଉ ହେଉ ତାହା ଗଡ଼ି ଯାଇଥିଲା ଓ ପୂଜକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ପୂଜକ ପ୍ରାଣ ହରାଇଥିଲେ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
from Odisha Reporter http://bit.ly/2VINyKO
No comments:
Post a Comment