ବାତ୍ୟା ‘ଫୋନି’ର ପୂର୍ବନୁମାନ କିଭଳି ଦେଇଥିଲେ ପାଞ୍ଚ ଉପଗ୍ରହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ବାତ୍ୟା ‘ଫୋନି’ର ପୂର୍ବନୁମାନ କିଭଳି ଦେଇଥିଲେ ପାଞ୍ଚ ଉପଗ୍ରହ

ପ୍ରତି ମାସରେ ପ୍ରାୟତଃ ଇସ୍ରୋ ପକ୍ଷରୁ ସାଟେଲାଇଟ୍ ଉତ୍ତକ୍ଷେପଣ ହେଉଛି। ହେଲେ ଏହା ଲୋକଙ୍କ ପାଇଁ କେତେ କାର୍ଯ୍ୟ କରୁଛି ତାହା ସାଧାରଣତଃ ଜଣାପଡ଼ିନଥାଏ। ହେଲେ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବା ପୂର୍ବରୁ କିଭଳି ଉପଗ୍ରହ ଗୁଡ଼ିକ ପାଣିପାଗ ବିଭାଗକୁ ସୂଚନା ଦେଉଥିଲା ଏବଂ ଲୋକମାନେ କିଭଳି ସଚେତନ ହୋଇପାରିଲେ ତାହା ଏବେ ଜାଣିବାକୁ ମିଳିଛି।

ଚେନ୍ନାଇ: ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ଦିନ ଲ୍ୟାଣ୍ଡଫଲ୍ କରିବାର ସପ୍ତାହକ ପୂର୍ବରୁ ପାଞ୍ଚଟି ଭାରତୀୟ ଉପଗ୍ରହ ଏହାର ସୂଚନା ଦେଇଥିଲା। ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଉପଗ୍ରହ ଗୁଡ଼ିକ ‘ଫୋନି’ର ସ୍ଥିତି ବାବଦରେ ଟ୍ରାକ କରୁଥିଲେ। ଯାହାର ରିପୋର୍ଟ ପାଣିପାଗ ବିଭାଗ ପାଇବାରେ ସକ୍ଷମ ହୋଇଥିଲା। ଯାହାଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶରେ ପାଖାପାଖି ୧୧.୫ ଲକ୍ଷ ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପାଣିପାଗ ବିଭାଗକୁ ବାତ୍ୟା ‘ଫୋନି’ ବାବଦରେ ଆଗୁଆ ସୂଚନା ଦେଉଥିବା ସାଟେଲାଇଟ୍ ଗୁଡ଼ିକ ହେଲା ଇନସାଟ୍ ଥ୍ରୀଡି, ଇନସାଟ୍ ଥ୍ରୀଡିଆର, ସ୍କାଟୋମିଟର -ୱାନ, ସ୍କାଟୋମିଟର ଟୁ ବା ଓସେନସାଟ୍-ଟୁ ଏବଂ ମେଘା ଟ୍ରୋପିକସ।

ସ୍କାଟୋମିଟର ସାଟେଲାଇଟ-ୱାନ୍‌ ଉପଗ୍ରହ ଦ୍ୱାରା ବାତ୍ୟା ଓ ପାଣିପାଗର ପୂର୍ବାନୁମାନର ସୂଚନା ମିଳିଥାଏ।  ସ୍କାଟୋମିଟର ସାଟେଲାଇଟ-ଟୁ ସମୁଦ୍ର ଭିତରେ ପବନର ବେଗ ଏବଂ କେଉଁ ଦିଗ ଦେଇ ଯିବ ସେ ବାବଦରେ ଆଗୁଆ ୪-୫ ଦିନ ପୂର୍ବରୁ ସୂଚନା ମିଳିଥିଲା।

ସେହିପରି ମେଘା ଟ୍ରୋପିକସ୍‌ ଦ୍ୱାରା ବାତ୍ୟାର ଗଭୀର ଏବଂ ପ୍ରକୃତ ସ୍ଥିତି ଆଦିର ସୂଚନା ମିଳିଥାଏ।

ଇନସାଟ୍ ଥ୍ରୀଡି: ୨୬ ଜୁଲାଇ ୨୦୧୩ରେ ଇସ୍ରୋ ଦ୍ୱାରା ଆକାଶକୁ ଉତ୍ତକ୍ଷେପଣ ହୋଇଥିଲା। ପାଣିପାଗର ପୂର୍ବନୁମାନ ସହିତ ପ୍ରକୃତ ଚିତ୍ର ଆଦିର ସୂଚନା ଦେଇଥାଏ।

ଇନସାଟ୍ ଥ୍ରୀଡିଆର: ୮ ସେପ୍ଚେମ୍ବର ୨୦୧୬ରେ ଆକାଶକୁ ଉତ୍ତକ୍ଷେପଣ ହୋଇଥିଲା। ଇନସାଟ୍ – ଥ୍ରୀଡିଆର ଦ୍ଵାରା ପାଣିପାଗର ଆଗୁଆ ସୂଚନା ମିଳିଥାଏ। ପାଣିପାଗ ସମ୍ପର୍କିତ ବିଭିନ୍ନ ତଥ୍ୟ ସାଙ୍ଗକୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ସହାୟକ ହୁଏ। ତେବେ ଏହି ଉପଗ୍ରହର ମିଶନ୍ ଲାଇଫ୍ ୧୦ ବର୍ଷ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2JmT26m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages