ନୀଳଗିରି (ବିଶ୍ୱମ୍ୱର ଦାସ): ବାରମ୍ବାର ପାଓ୍ୱାର କଟ୍ ଯୋଗୁ ଡାକ୍ତରଖାନାର ବେଡ୍ ଛାଡି ଗଛ ମୂଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ଏଭଳି ଅଭାବନୀୟ ଘଟଣା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।
ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ଶତାଧିକ ରୋଗୀ ଆସିଥାନ୍ତି। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁ ଡାକ୍ତରଖାନାରେ ରୋଗୀସେବା ପ୍ରଭାବିତ ହେଉଛି। ତେଣୁ ବିଦ୍ୟୁତ ସଂଯୋଗ ପାଇଁ ଡାକ୍ତରଖାନାରେ ଏକ ଅତ୍ୟାଧୁନିକ ଜେନେରେଟର ମଧ୍ୟ ରହିଛି। ତେବେ ତାହା ଅଚଳ ହୋଇ ପଡି ରହିଛି।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ରୋଗୀମାନେ ବାଧ୍ୟ ହୋଇ ବେଡ୍ ଛାଡି ଡାକ୍ତରଖାନା ପରିସରରେ ଥିବା ଗଛମୂଳେ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜେନେରେଟର ଏବଂ ପାଓ୍ୱାର ବ୍ୟାକପ୍ କାମ କରୁଥିବା ଏସ୍ଡିଏମ୍ଓ କହିଛନ୍ତି।
ରୋଗୀଙ୍କ ସମ୍ପର୍କୀୟ ପ୍ରମୋଦିନୀ ବାରିକ କହିଛନ୍ତି,“ ପ୍ରବଳ ଗରମ ଯୋଗୁ ଡାକ୍ତରଖାନା ଭିତରେ ରୋଗୀ ରହି ପାରୁ ନାହାନ୍ତି। ଡିଜି ଚାଲୁନି। ଇନଭର୍ଟର ବ୍ୟବସ୍ଥା ଥିଲେ ବି ଫ୍ୟାନ୍ ଘୁରୁନି। ତେଣୁ ରୋଗୀମାନେ ଶୋଇ ପାରୁ ନାହାନ୍ତି। ବାହାରେ ଆସି ବସୁଛନ୍ତି। ଆମେ ଚାହୁଛି ଡିଜେ ଚଲାଇ ଫ୍ୟାନ୍ ଘୁରିଲେ ରୋଗୀ ଟିକେ ଶାନ୍ତିରେ ଶୋଇବେ।”
from Odisha Reporter http://bit.ly/2HGEygH
No comments:
Post a Comment