
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ନିଆଁ ଲାଗି ୭ଟି ଗାଡ଼ି ଜଳିଯାଇଛି। ଏହି ଗାଡ଼ି ଗୁଡ଼ିକ ହେରିଟେଜ୍ ବିଲ୍ଡିଂ ତଳେ ପାର୍କିଂ ହୋଇଥିଲା।
ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୨ଟି କାର୍ ଓ ୫ଟି ବାଇକ୍ ରହିଛି। ଏଗୁଡ଼ିକ ସଂପୂର୍ଣ୍ଣ ଭାବେ ଜଳିଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଣ୍ଟାଏ ପରିଶ୍ରମ କରି ସେମାନେ ନିଆଁକୁ ଆୟତ୍ତ କରିଥିଲେ।
ଗାଡ଼ିଗୁଡ଼ିକରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ପଳାଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ ହେରିଟେଜ୍ ବିଲ୍ଠିଂର କିଛି କ୍ଷତି ହୋଇନାହିଁ।
from Odisha Reporter http://bit.ly/30tM3ic
No comments:
Post a Comment