
ମୁମ୍ବାଇ: ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ବହୁମତ ମିଳିଛି। ମୋଦି ସରକାର ପୁଣିଥରେ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ମୋଦିଙ୍କୁ ବିଭିନ୍ନ ମାହୋଲ୍ରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍ ଅଭିନେତ୍ରୀ ସବାନା ଆଜମି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଟ୍ରଲ୍ର ଶିକାର ହେବାକୁ ପଡିଛି।
ସବାନା ମୋଦିଙ୍କୁ ତାଙ୍କ ସାନ୍ଦାର୍ ଜିତ୍ ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଯାହାକୁ ନେଇ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କୁ ଟ୍ରଲ୍ କରିଛନ୍ତି। ମୋଦି ସରକାର କ୍ଷମତାକୁ ଆସିଲେ ସବାନା ଦେଶ ଛାଡିଦେବେ ବୋଲି କହିଥିଲେ। ଏବେ ମୋଦି ପୁଣି କ୍ଷମତାକୁ ଆସୁଛନ୍ତି ତ ସବାନା କେବେ ପାକିସ୍ତାନ ଯାଉଛନ୍ତି ବୋଲି ଲୋକେ ତାଙ୍କୁ ପ୍ରଶ୍ନ କରୁଛନ୍ତି।

ଏଥିସହ କିଛି ଲୋକ ଏବଂ ଆଉ ନକାନ୍ଦିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
ମୋଦିଙ୍କୁ ହରାଇବାକୁ ସବାନା ଯେଉଁ ପ୍ରଚାର କରୁଥିଲେ ସେଇଟା tie tie fish ହୋଇଗଲା ବୋଲି ମଧ୍ୟ ଲୋକେ କହିଛନ୍ତି।
from Odisha Reporter http://bit.ly/2VOAHll
No comments:
Post a Comment