ତୁ ମୋ ଲଭ୍ ଷ୍ଟୋରୀ-୨’ରେ ଦେଖିବେ ୨ଟି ପ୍ରେମ କାହାଣୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ତୁ ମୋ ଲଭ୍ ଷ୍ଟୋରୀ-୨’ରେ ଦେଖିବେ ୨ଟି ପ୍ରେମ କାହାଣୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ହେଉଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’। ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁମ ଲଭ୍‌ ଷ୍ଟୋରୀ’ର ଏହା ସିକ୍ୱେଲ୍‌ । ଏହି ଫିଲ୍ମରେ ପୁଣିଥରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସ୍ୱରାଜ ଏହଂ ଭୂମିକା। ପ୍ରଥମ ପାର୍ଟ ପରି ଦ୍ୱିତୀୟ ପାର୍ଟର ମଧ୍ୟ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳୁଛନ୍ତି ତାପସ ସରଘରିଆ।

ସରଳ, ନିଚ୍ଛକ ପ୍ରେମ କାହାଣୀକୁ ନେଇ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଆପଣ ସିଦ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କ ଯୋଡିକୁ ମଧ୍ୟ ଦେଖିବାକୁ ପାଇବେ। କହିବାକୁ ଗଲେ ‘ତୁ ମୋ ଲଭ୍‌ ଷ୍ଟୋରୀ ୨’ରେ ୨ଟି ପ୍ରେମ କାହାଣୀ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ରଜରେ ରିଲିଜ୍‌ ହେବାକୁ ଯାଉଛି। ଭୁବନେଶ୍ୱର, ବାରିପଦା ଏବଂ ଆଣ୍ଡାମାନ ପରି ସ୍ଥାନରେ ଫିଲ୍ମର ସୁଟିଂ କରାଯାଇଛି।

ତେବେ ‘ ତୁ ମୋ ଲଭ୍‌ ଷ୍ଟୋରୀ’ ଫିଲ୍ମ ମାଧ୍ୟମରେ ବଡ ପରଦାରେ ଅଭିନୟ କରିବାର ସୁଯୋଗ ପାଇଥିବା ହିରୋ ହିରୋଇନ୍‌ ସ୍ୱରାଜ ଏବଂ ଭୂମିକା ଫିଲ୍ମକୁ ନେଇ ବେଶ୍‌ ଖୁସି ଅଛନ୍ତି। ସେହି ଫିଲ୍ମକୁ ଦର୍ଶକେ ବହୁତ ଭଲ ପାଇବା ଦେଇଥିଲେ। ଏହି ଫିଲ୍ମକୁ ମଧ୍ୟ ସେମିତି ଭଲ ପାଇବା ମିଳିବ ବୋଲି ଦୁହିଁଙ୍କ ଆଶା।



from Odisha Reporter http://bit.ly/2EEEBri

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages