ଓଭର-ସାଇଜ ଟି-ଶାର୍ଟକୁ ନେଇ ଟେନସନ୍‌, ଏଥିରେ ବି ଲାଗି ପାରିବେ ଷ୍ଟାଇଲିଶ୍‌… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଓଭର-ସାଇଜ ଟି-ଶାର୍ଟକୁ ନେଇ ଟେନସନ୍‌, ଏଥିରେ ବି ଲାଗି ପାରିବେ ଷ୍ଟାଇଲିଶ୍‌…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ବେଳେବେଳେ ଶପିଂ କରିବାକୁ ଯାଇଥିବା ବେଳେ ଜଲଦିରେ ଆମେ କିଛି ଭୁଲ କରିବସୁ। ଜାଣତରେ ହେଉ ବା ଅଜାଣତରେ ବେଳେବେଳେ ଭଲ ଲାଗିଲେ ଆମେ ସାଇଜ ନ ଦେଖି ଓଭର ସାଇଜର ଟି-ଶାର୍ଟ ନେଇ ଆସିଥାଉ। ହେଲେ ଘରେ ଆସି ମୁଣ୍ଡରେ ହାତ ଦେଉ। ତାହାକୁ ରଖିବୁ, ନା ଫେରାଇବକୁ ସେଇ ଦ୍ୱନ୍ଦ୍ୱରେ ପଡୁ। ହେଲେ ଏପରି ସ୍ଥିତିରେ ବେଶି ଟେନସନ ନିଅନ୍ତୁ ନାହିଁ। ଏହି ଓଭର ସାଇଜ ଟି-ଶାର୍ଟରେ ବି ଆପଣ ଲାଗି ପାରିବେ ହଟ୍‌, ଟ୍ରେଣ୍ଡି ଓ ଷ୍ଟାଇଲିଶ ।

ଏପରି ଟି-ଶାର୍ଟକୁ  ଜିନ୍ସ ସହ ମ୍ୟାଚ କରନ୍ତୁ। ଆଉ ଏହା ଉପରେ ଫିଟିଂ ବ୍ଲେଜର କିମ୍ୱା ଜ୍ୟାକେଟ ପିନ୍ଧି ଦିଅନ୍ତୁ। ଏହା ସାଙ୍ଗକୁ ପିନ୍ଧନ୍ତୁ ହାଇ ହିଲ୍ସ। ବେଶି ପରିଶ୍ରମ ବିନା ହିଁ ଆପଣ ଦେଖାଯିବେ ଷ୍ଟାଇଲିଶ୍‌।

ଏହାବ୍ୟତୀତ ଓଭର ସାଇଜ ଟି-ଶାର୍ଟକୁ ସ୍କର୍ଟ ସହ ବି ପିନ୍ଧି ପାରିବେ। ଏଥିଲାଗି ଆପଣ ହାଇ-ୱେଷ୍ଟ  ସ୍କଟ୍‌ ପିନ୍ଧନ୍ତୁ। ପ୍ଲିଟସ୍‌ ସ୍କଟସ୍‌ କିମ୍ୱା ଡେନିମ ସ୍କଟସ୍‌ ବି ଭଲ ଅପସନ୍‌। ଏବେ କେବଳ ଟି- ଶାର୍ଟ ଇନ୍‌ କରନ୍ତୁ ଓ ହୋଇଯାଆନ୍ତୁ ରେଡି।

ବଡ ଟି-ଶାର୍ଟରେ ବି ଯଦି ଆପଣ ଚାହୁଁଛନ୍ତି ସୁନ୍ଦର ଦେଖାଯିବାକୁ ତା ହେଲେ ଶର୍ଟସ୍‌ ସହ ପିନ୍ଧନ୍ତୁ। ଚାହିଁଲେ ବେଲ୍ଟ ବି ଲଗାଇ ପାରିବେ।  ଏହାକୁ ଅଣ୍ଟା ଉପରେ ବାନ୍ଧି ଦେଖାଯିବେ କୁଲ୍‌।

 

 ଆପଣ  ବଡ ସାଇଜର ଟି-ଶାର୍ଟକୁ ୱନ ସାଇଡ୍‌ ଶୋଲଡର ଟପ୍‌ ଭଳି ବି ପିନ୍ଧି ପାରିବେ। ଏହାକୁ ଆପଣଙ୍କୁ କେବଳ ଯେ, ଷ୍ଟାଇଲିଶ୍‌ ଲୁକ୍‌ ଦେବ ତା ନୁହେଁ, ଆପଣ ଏଥିରେ ଦେଖାଯିବେ ହଟ୍‌ ଓ ଗ୍ଲାମରସ।

 



from Odisha Reporter http://bit.ly/2HX4bZC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages