
ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଏହା ପୁରୀ ପାଖାପାଖି କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ। ତେବେ ୟା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ବାତ୍ୟା ଆଶ୍ରୟସ୍ଥଳରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଣାପଡ଼ିନି।
ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ର ଦେବେନ୍ଦ୍ର ନାରାୟଣପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ।
ଗତକାଲି ବୃଦ୍ଧା ଜଣଙ୍କ ଆଶ୍ରୟସ୍ଥଳୀକୁ ଆସିଥିଲେ। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନି।
from Odisha Reporter http://bit.ly/2PIDbjX
No comments:
Post a Comment