ଏନକାଉଣ୍ଟର ପରେ ମଦମୃତ୍ୟୁ ମାମଲାରେ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଏନକାଉଣ୍ଟର ପରେ ମଦମୃତ୍ୟୁ ମାମଲାରେ ଅଭିଯୁକ୍ତ ଗିରଫ

ବାରବାଙ୍କୀ, ୟୁପି: ଉତ୍ତର ପ୍ରଦେଶ ବାରବାଙ୍କୀ ଜିଲ୍ଲା ମଦମୃତ୍ୟୁ ଘଟଣାର ଅଭିଯୁକ୍ତ ପପୁ ଜୟଶ୍ୱାଲକୁ ଜିଲ୍ଲା ପୁଲିସ୍ ଗିରଫ କରିଛି। ଅମାରୀ କୁଣ୍ଡ ନାମକ ସ୍ଥାନରେ ପପୁ ଲୁଚିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପପୁକୁ ଧରିବା ପାଇଁ ଚେଷ୍ଟା କରିଥିଲା। ତେବେ ପପୁ ଏହି ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୁଲିସ ଗୁଳି ଚଳାଇବାରୁ ପପୁର ଗୋଡ଼ରେ ଗୁଳି ବାଜିଥିଲା। ପପୁ ଆହତ ହୋଇ ତଳେ ପଡ଼ିଯିବା ପରେ ପୁଲିସ ତାକୁ ଗିରଫ କରିଛି। ଏବେ ସେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

 

ସୋମବାର ରାତିରେ ବାରବାଙ୍କୀ ଜିଲ୍ଲାର ଏକ ସରକାରୀ ଲାଇସେନ୍ସ ଦୋକାନରୁ ସ୍ଥାନୀୟ ଲୋକେ ମଦ କିଣି ପିଇଥିଲେ। ଏହାପରେ ଏଯାଏ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଥିବା ସୂଚନା ରହିଛି।
ପପୁ ସହିତ ମଦ ଦୋକାନର ସେଲ୍ସମ୍ୟାନ୍ ସୁନୀଲ ଜୟଶ୍ୱାଲ ଏବଂ ପୀତାମ୍ୱର ମଙ୍ଗଳବାର ଗିରଫ ହୋଇଛନ୍ତି। ଏବେ ବି କିନ୍ତୁ ମଦ ଦୋକାନର ମାଲିକ ଦାନବୀର ସିଂହ ନିଖୋଜ ଥିବା ଜଣାପଡ଼ିଛି। ଦାନବୀର ମଦ ଦୋକାନ ପାଇଁ ସରକାରୀ ଲାଇସେନ୍ସ ପାଇବା ସହିତ ବେଆଇନ ମଦ ଫ୍ୟାକ୍ଟି ଖୋଲିଥିବା ଜଣାପଡ଼ିଛି।

 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତକାଲି ସ୍ଥାନୀୟ ଅବକାରୀ ଅଧିକାରୀ ପବନ ଗୌତମଙ୍କ ସହିତ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ, ପାଞ୍ଚ ଜଣ ପୁଲିସ କର୍ମୀ ଏବଂ ତିନି ଜଣ କନଷ୍ଟେବଳ ନିଲମ୍ୱିତ ହୋଇଥିଲେ।


from Odisha Reporter http://bit.ly/2wmQca3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages