ଟଏଲେଟ୍‌ରେ ଭଗବାନ୍‌ଙ୍କ ଫଟୋକୁ ନେଇ ଉଙ୍କିମାରିଲା ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଟଏଲେଟ୍‌ରେ ଭଗବାନ୍‌ଙ୍କ ଫଟୋକୁ ନେଇ ଉଙ୍କିମାରିଲା ବିବାଦ

ଦେବାଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା । ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ ।  ସମସ୍ତେ ନିଜ ମନରେ ଭଗବାନ୍‌ଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି।   କିନ୍ତୁ ଯେତେବେଳେ ଆପଣ ପୂଜା କରୁଥିବା ଭଗବାନ୍‌ଙ୍କ ଫଟୋ ଟଏଲେଟ୍ ଏବଂ ବାଥ୍‌ରୁମ୍‌ରେ ପାଇବେ ଆପଣଙ୍କୁ କେମିତି ଲାଗିବ? ଏମିତି କିଛି ଘଟିଛି ଆମେରିକାରେ।
ଆମେରିକାର  ଇ-କମ୍ପାନୀ ବେଫେୟର ହିନ୍ଦୁ  ଭଗବାନଙ୍କ ଫଟୋ ଥିବା ଆସନ ବିକ୍ରି କରୁଛି। ଏହି ଆସନ ଗୁଡିକ ଟଏଲେଟ୍‌ ଏବଂ ଗାଧୋଇବା ଘରେ ବ୍ୟବହାର କରାଯାଉଛି। ଯାହାକୁ ନେଇ ବିବାଦ ଉଙ୍କି ମାରିଛି।
ସୂଚନା ଅନୁଯାୟୀ, ଏହି ଆସନରେ ଭଗବାନ ଗଣେଷଙ୍କ ଫଟୋ ଚିତ୍ରିତ ହୋଇଛି। କିଛି ଦିନ ପୂର୍ବରୁ ଅନ୍‌ଲାଇନ୍‌ ସପିଙ୍ଗ ଆପ୍ ଆମାଜନରେ ମଧ୍ୟ ଏମିତି କିଛି ଫଟୋ ଦେଖିବାକୁ ମିଳିଥିଲା। ଆମେରିକା ବଜାରରେ କେବଳ ଗଣେଷ ନୁହଁ , ଭଗବାନ ଶିବଙ୍କର ମଧ୍ୟ ଏମିତି କିଛି ଫଟୋ ବିକ୍ରି ହେଉଥିବା ସୂଚନା ମିଳିଛି।

ଭଗବାନ୍‌ ଶିବଙ୍କର ତିନି ଆଖି ବିଶିଷ୍ଟ ଫଟୋକୁ ସ୍ନାନ ଆସନ ଭାବରେ ବିକ୍ରି କରାଯାଉଛି। ସେହିପରି ଗଣେଷଙ୍କ ଫଟୋ ମଧ୍ୟ ବେଧଡକ୍‌ ବିକ୍ରି ଚାଲିଛି। ପ୍ରତ୍ୟେକ ଫଟୋକୁ ୩୮ ଡଲାରରେ ବିକ୍ରି କରାଯାଉଛି। ଏହାକୁ ନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

 



from Odisha Reporter http://bit.ly/2JVXitZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages