ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ପିଏମଓରୁ ଯାଉଛି ଫୋନ୍‌: ଧର୍ମେନ୍ଦ୍ର ପାଇଲେ କଲ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ପିଏମଓରୁ ଯାଉଛି ଫୋନ୍‌: ଧର୍ମେନ୍ଦ୍ର ପାଇଲେ କଲ୍‌ !

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟାରେ  ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଦେଶବିଦେଶରୁ ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି।

ତେବେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ ଯାଉଥିବା ଜାତୀୟ ଗଣମାଧ୍ୟରୁ ସୂଚନା ମିଳିଛି। ପ୍ରକାଶ ଜାଭଡ଼େକର, ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ, ମୁକ୍ତାର ଆବାସ ନକଭୀ, ଜିତେନ୍ଦ୍ର ସିଂ, ସ୍ମୃତି ଇରାନୀ ଓ ବାବୁଲ ସୁପ୍ରିୟ ଏବଂ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ୍‌ କଲ ମିଳିଥିବା ସୂଚନା ମିଳିଛି।  ଅନ୍ୟପକ୍ଷରେ ମୋଦି ସରକାରର ଶ୍ରେଷ୍ଠ ୪ କ୍ୟାବିନେଟ ପଦବୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରାଳୟ ବିଭାଗ କାହାକୁ ମିଳିବ ସେନେଇ ଚାଲିଛି ଚର୍ଚ୍ଚା।

ତେବେ ଏଥର ମୋଦିଙ୍କ ଟିମ୍‌ରେ କିଛି ନୂଆ ଏବଂ ପୁରୁଣା ମୁହଁକୁ ଦେଖିବାକୁ ମିଳିପାରେ। ବର୍ତ୍ତମାନର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ କ୍ୟାବିନେଟ୍‌ରେ ରିପିଟ୍ କରିପାରନ୍ତି ମୋଦି । ଏହାଛଡ଼ା ମୋଦିଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ନମ୍ବର ୱାନ୍ ନୀତିନ ଗଡ଼କରୀଙ୍କ ପାହ୍ୟା ବଦଳିପାରେ। କୁହାଯାଉଛି ଏଥର ମୋଦିଙ୍କ ପରେ ସବୁଠୁ ବଡ଼ ଗୁରୁ ଦାୟିତ୍ୱ ନୀତିନ ଗଡ଼କରୀଙ୍କୁ ମିଳିପାରେ। ରେଳ ମନ୍ତ୍ରୀ ପ୍ରୀୟୂଷ ଗୋଏଲ ଗତ ଥର କାମ ଚଳା ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତେଣୁ ଏଥର ଅର୍ଥ ପ୍ରୀୟୂଷଙ୍କୁ ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି।

ଦେଶର ପ୍ରଥମ ଅଣ କଂଗ୍ରେସ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବି ଏଥର ମୋଦି କ୍ୟାବିନେଟ୍‌ରେ ସ୍ଥାନ ପାଇପାରନ୍ତି । ତେବେ ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ଇରାନିଙ୍କୁ ମିଳିପାରେ ପ୍ରମୋସନ୍ । କାରଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆମେଥିରୁ ମାତ ଦେବା ପରେ ଦଳ ଏବଂ ସଂଘ ପରିବାରରେ ସ୍ମୃତିଙ୍କ ଗୁରୁତ୍ୱ ବଢ଼ିଛି। ସେହିପରି ଏଥର ଲୋକସଭା ନିର୍ବାଚନ ଲଢ଼ିଥିବା ରବି ଶଙ୍କର ପ୍ରସାଦ ବି ମନ୍ତ୍ରୀ ମଣ୍ଡଳରେ ରହିବା ସମ୍ଭାବନା ରହିଛି । ପାଟନା ସାହେବରୁ ଶତ୍ରୁଘ୍ନ ସିହ୍ନାଙ୍କୁ ହରାଇବା ପରେ ରବିଶଙ୍କରଙ୍କୁ ଏହାର ପୁରସ୍କାର ମିଳିପାରେ। ଏହାଛଡ଼ା ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ବିକେ ସିଂହ ଏବଂ ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ବି ଏଥର ମନ୍ତ୍ରୀ ପଦ ମିଳିପାରେ।

 

 

 

 

 



from Odisha Reporter http://bit.ly/2MkSh0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages