
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ନବୀନଙ୍କ କାହାକୁ ବାଚସ୍ପତି କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଚସ୍ପତି ପଦ ପାଇଁ ବୌଦ୍ଧର ବିଧାୟକ ପ୍ରଦୀପ ଅମାତ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ବଡ଼ମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ଅଛି।
ଏମାନଙ୍କ ମଧ୍ୟରୁ ପ୍ରଦୀପ ଅମାତ, କିଶୋର ମହାନ୍ତି ଓ ନିରଞ୍ଜନ ପୂଜାରୀ ଆଗରୁ ବାଚସ୍ପତି ଦାୟିତ୍ୱ ତୁଲାଇସାରିଛନ୍ତି। ପ୍ରଦୀପ ଅମାତ ଗତ ବିଧାନସଭାରେ ମଧ୍ୟ ବାଚସ୍ପତି ଥିଲେ। ଅଭିଜ୍ଞତା ଦୃଷ୍ଟିରୁ ଆଗରୁ ବାଚସ୍ପତି ଥିବା ପ୍ରଦୀପ ଅମାତ, କିଶୋର ମହାନ୍ତି ଓ ନିରଞ୍ଜନ ପୂଜାରୀଙ୍କୁ ଏଥର ମଧ୍ୟ ବାଚସ୍ପତି କରାଯାଇପାରେ। ତେବେ ରେସରେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ମଧ୍ୟ ଅଛନ୍ତି ବୋଲି କୁହାଯାଉଛି।
from Odisha Reporter http://bit.ly/2W1Atw6
No comments:
Post a Comment