
ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାନିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଆଜି ସକାଳେ ଜଣେ ମହିଳା ସେଇ ରାସ୍ତା ଦେଇ ଯାଉଥିଲେ। ଏହି ମସୟରେ ସେ ଛୋଟ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ସେ ନିକଟରେ ଯାଇ ଖୋଜା ଖୋଜି କରିବା ବେଳେ ଶିଶୁଟିକୁ ଦେଖିଥିଲେ।
ଏନେଇ ସେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଆମ୍ୱୁଲାନ୍ସରେ ଶିଶୁଟିକୁ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
from Odisha Reporter http://bit.ly/2HGhBJ3
No comments:
Post a Comment