ଭୋଟ୍ ହାର ବଢ଼ିଥିଲେ ବି ମିଶନ ୧୨୦ ଫେଲ୍‌: ଦାମ କହିଲେ-ବିଜୁ ଲିଗାସିକୁ ପର କରିବାରୁ ଦଣ୍ଡ ପାଇଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଭୋଟ୍ ହାର ବଢ଼ିଥିଲେ ବି ମିଶନ ୧୨୦ ଫେଲ୍‌: ଦାମ କହିଲେ-ବିଜୁ ଲିଗାସିକୁ ପର କରିବାରୁ ଦଣ୍ଡ ପାଇଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରା ଦେଶରେ ମୋଦି ଲହର ବିଜେପିକୁ ଅଭୂତପୂର୍ବ ସଫଳତା ଦେଇଥିବା ବେଳେ ଓଡ଼ିଶା ବିଧାନସଭା କ୍ଷେତ୍ରରେ କିନ୍ତୁ  ସେପରି ହେଲାନି। ମିଶନ ୧୨୦ ଲକ୍ଷ୍ୟରେ ଲଢୁଥିବା ରାଜ୍ୟ ବିଜେପି ମାତ୍ର ୨୩ ଆସନରେ ସୀମିତ ରହିଲା । ତେବେ ଲୋକସଭା କ୍ଷେତ୍ରରୁ କିନ୍ତୁ ଦଳ ଅପେକ୍ଷାକୃତ ପ୍ରଦର୍ଶନ ଭଲ କଲା। କଂଗ୍ରେସର ଭୋଟ୍ ହାର ଉଭୟ ଲୋକସଭା ଓ ବିଧାନସଭାରେ କମିଥିବା ବେଳେ ଏହାର ଫାଇଦା ଗଲା ବିଜେପିକୁ। ବିଜେଡିର ଭୋଟ୍ ହାର କେବଳ ବିଧାନସଭା କ୍ଷେତ୍ରରେ ବଢିଥିବା ବେଳେ ଲୋକସଭାରେ କିନ୍ତୁ କମିଯାଇଛି।

୨୦୧୪ ଲୋକସଭା ନିର୍ବାଚନ ବିଜେଡି ଜିତିଥିଲା ୨୦ ଆସନ। ଭୋଟ ହାର ଥିଲା୪୪. ୭୭ ପ୍ରତିଶତ। ଦଳର ଖାତାକୁ ଆସିଥିଲା ମୋଟ ୯୪ ଲକ୍ଷ ୮୯ ହଜାର ୯୪୬ ଖଣ୍ଡ ଭୋଟ । ଏଥର କିନ୍ତୁ ଲୋକସଭାରେ ଦଳର ସଂଖ୍ୟା ଓ ଭୋଟ ହାର କମିଛି। ୨୦ରୁ ସଂଖ୍ୟା ୧୨କୁ ଖସିଲା। ଆଉ ଭୋଟ୍ ହାର କମି ହେଲା ୪୨.୭୮ ପ୍ରତିଶତ । ହେଲେ ବିଧାନସଭା କ୍ଷେତ୍ରରେ ଦଳ ଆସନ ୧୪ ତୁଳନାରେ କମିଥିଲେ ବି  ଭୋଟ ହାର କିନ୍ତୁ ବଢିଛି ।୧୪ରେ ବିଜେଡି ପାଇଥିଲା ୧୧୭ ଆସନ। ଭୋଟ ହାର ଥିଲା ୪୩ .୩୫। ଏଥର ଦଳର ଖାତାକୁ ଆସିଛି ୧୧୨ ଆସନ। ୫ଟି ଆସନ କମିଥିଲେ ବି ଭୋଟ ହାର ବଢି ହୋଇଛି ୪୪. ୭ ପ୍ରତିଶତ । ସିଧା ହିସାବ ଦେଖିଲେ ୧୪ ନିର୍ବାଚନରେ ବିଧାନସଭା ପାଇଁ ବିଜେଡିକୁ ଭୋଟ୍ ଦେଇଥିଲେ ୯୩ ଲକ୍ଷ ୩୫ହଜାର ୧୫୯ ଜଣ ଭୋଟର। ଆଉ ଏଥର ଦେଇଛନ୍ତି ୧ କୋଟି ୪ ଲକ୍ଷ ୮ ହଜାର ୨୩୮ ଜଣ।

୧୯ ଲଢେଇ ମଇଦାନରେ ବିଜେପିର ମିଶନ ଥିଲା ୧୨୦ ବିଧାନସଭା ଆସନ। ହେଲେ ଦଳ ଜିତିଲା ମାତ୍ର ୨୩ ଟି । ସାରା ଦେଶରେ ମୋଦି ଲହର ବହୁଥିବା ବେଳେ ଓଡିଶା ବିଧାନସଭାକୁ କିନ୍ତୁ ଏହା ସେତେଟା ପ୍ରଭାବିତ କରିପାରିଲା ନାହିଁ। ତେବେ ଲୋକସଭାରେ ଗତଥର ଦଳ ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ଏଥର ଜିତିଛି ୮ ଟି ଆସନ। ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଦଳର ଭୋଟ ହାର କିନ୍ତୁ ଯଥେଷ୍ଟ ବଢିଛି। ୧୪ରେ ବିଧାନସଭା କ୍ଷେତ୍ର ପାଇଁ ଦଳପାଇଥିଲା ୧୦ ଆସନ। ଆଉ ଭୋଟ୍ ହାର ଥିଲା ୧୭.୯୯ ପ୍ରତିଶତ।

ଏଥର ଆସନ ବଢି ହେଲା ୨୩  ଓ ଭୋଟ ହାର ବଢିକି ହେଲା ୩୨. ୫ ପ୍ରତିଶତ। ସଂଖ୍ୟା ଦୃଷ୍ଟିରେ ଦେଖିଲେ ଗତଥର ଦଳକୁ ୩୮ ଲକ୍ଷ ୭୪ ହଜାର ଭୋଟର ଭୋଟ ଦେଇଥିବା ବେଳେ ଏଥର ଦେଇଛନ୍ତି ୭୫ ଲକ୍ଷ ୮୫ ହଜାର ଭୋଟର। ଲୋକସଭା ଲାଗି ହିସାବ ଦଳ ପାଇଁ କିଛି ଆତ୍ମସନ୍ତୋଷ ଆଣିଛି। ଭୋଟହାର ୨୧.୮୮ ପ୍ରତିଶତରୁ ବଢି ହୋଇଛି ୩୮.୩୭ ପ୍ରତିଶତ, ଅର୍ଥାତ ଗତଥର ଲୋକସଭା ପାଇଁ ଦଳକୁ ଭୋଟ ଦେଇଥିଲେ ୪୬ ଲକ୍ଷ ୩୮ ହଜାର ଭୋଟର। ଆଉ ଏଥର ଦେଇଛନ୍ତି ୯୦ ଲକ୍ଷ ୮୪ ହଜାର ଭୋଟର। ଅଳ୍ପଦିନ ତଳେ ବିଜେପିକୁ ଆସିଥିବା ବରିଷ୍ଠ ନେତା ଦାମ ରାଉତ କିନ୍ତୁ ଦଳର ଏ ପ୍ରଦର୍ଶନରେ ଖୁସି ନାହାଁନ୍ତି।

ବେଶି କ୍ଷତିସହିଛି କଂଗ୍ରେସ ।୨୦୧୪ରେ ଲୋକସଭାରେ ଦଳର କେହି ବି ପ୍ରାର୍ଥୀ ଜିତି ନଥିଲେ ବି ଭୋଟ ହାର ଥିଲା ୨୬. ୩୮ ପ୍ରତିଶତ। ଏଥର କୋରାପୁଟ ଆସନ ଦଳର ଖାତାକୁ ଯାଇଥିଲେ ଭୋଟ ହାର କମି ପହଁଞ୍ଚିଛି ୧୩ .୭୯ରେ। ସେମିତି ବିଧାନସଭାରେ କଂଗ୍ରେସ ଗତଥର ଜିତିଥିଲା ୧୬ ଆସନ । ଭୋଟ ହାର ଥିଲା ୨୫.୭୧ ପ୍ରତିଶତ । ହେଲେ ଏଥର ସଂଖ୍ୟା କମି ହେଲା ୯, ଆଉ ଭୋଟ୍ ହାର ବି କମିହେଲା ୧୬. ୧ ପ୍ରତିଶତ।



from Odisha Reporter http://bit.ly/2HOyfX8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages